ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସାରା ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିଛି। ତେବେ ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କନ୍ଧମାଳ ୧୬ ପ୍ରତିଶତ ମତଦାନ ହୋଇଥିବା ବେଳେ ବରଗଡ଼ରେ ୨୦ ପ୍ରତିଶତ, ଆସିକାରେ ୨୦%, ସୁନ୍ଦରଗଡ଼ରେ ୧୮% ମତଦାନ ହୋଇଛି।

ଗୁରୁବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। ଅନେକ ସ୍ଥାନରେ ଇଭିଏମ୍‌ ଅଚଳ ଯୋଗୁଁ ମତଦାନରେ ବାଧାପ୍ରାପ୍ତ ହୋଇଥିବା ସୂଚନା ଆସୁଛି। ସେହିପରି କେତେକ ସ୍ଥାନରେ ଇଭିଏମ୍‌ ଅଚଳକୁ ନେଇ ଉତ୍ତେଜନା ସୃଷ୍ଟି ହେବା ସହ ଅନ୍ୟ କେତେକ ସ୍ଥାନରେ ଲୋକେ ଭୋଟ ନଦେଇ ଫେରିଯିବାର ଖବର ଆସୁଛି।

Comment