ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନରେ ଚାଲିଛି ମତଦାନ। ବିଭିନ୍ନ ବୁଥରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଚାଲିଛି। ଭୋଟରମାନେ ଲମ୍ବା ଧାଡ଼ିରେ ଆସି ଭୋଟ ଦେଉଛନ୍ତି। ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

‘‘ସକାଳ ୭ଟାରୁ ବିଭିନ୍ନ ବୁଥରେ ଭୋଟିଂ ଆରମ୍ଭ ହୋଇଛି। କିଛି ସ୍ଥାନରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ସେକ୍ଟର ଅଫିସରମାନେ ପହଞ୍ଚି ଇଭିଏମ୍ ସଜାଡ଼ିବା ପରେ ମତଦାନ ଆରମ୍ଭ ହୋଇଥିଲା। ବୁଧବାର ଦିନ ଯେଉଁ ଦୁଇଟି ସ୍ଥାନରେ ହିଂସାକାଣ୍ଡ ହୋଇଥିଲା ସେ ଅଞ୍ଚଳରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଛି’’, କହିଛନ୍ତି ସୁରେନ୍ଦ୍ର କୁମାର।

ଏହାସହ ସୁରେନ୍ଦ୍ର କୁମାର କହିଛନ୍ତି, ‘‘ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ମହିଳା ପୋଲିଂ କର୍ମଚାରୀଙ୍କ ପରିବାରକୁ ସହାୟତା ଦିଆଯିବ। ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁସାରେ ଏହି ସହାୟତା ମିଳିବ। ୩୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଦିଆଯିବ।’’

ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ କନ୍ଧମାଳରେ ୨୪ ପ୍ରତିଶତ, ବରଗଡ଼ରେ ୩୪ ପ୍ରତିଶତ, ସୁନ୍ଦରଗଡ଼ରେ ୩୦ ପ୍ରତିଶତ, ବଲାଙ୍ଗିରରେ ୨୮ ପ୍ରତିଶତ, ଆସ୍କାରେ ୩୫ ପ୍ରତିଶତ ମତଦାନ ହୋଇଛି।

Comment