ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଅଭିନେତାରୁ ନେତା ବନିଥିବା ଶତ୍ରୁଘ୍ନ ସିହ୍ନା ଏବେ ବଡ଼ ଅଡ଼ୁଆରେ ପଡ଼ି ଯାଇଛନ୍ତିା ଦଳ ପାଇଁ ନା ପତ୍ନୀ ପୁନମଙ୍କ ପାଇଁ କାହା ପାଇଁ ସେ ଲକ୍ଷ୍ନୌରେ ପ୍ରଚାର କରିବେ ଏନେଇ ସେ ହରଡ଼ଗଣାରେ ପଡ଼ିଛନ୍ତିା ପତ୍ନୀ ପୁନମ ସମାଜବାଦୀ ପାର୍ଟି ପକ୍ଷରୁ ଲକ୍ଷ୍ନୌ ଆସନରେ ପ୍ରାର୍ଥୀ ହୋଇଥିଲା ବେଳେ ଏଠାରେ କଂଗ୍ରେସ ପ୍ରାର୍ଥୀ ବନିଛନ୍ତି ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମା

ଶତ୍ରୁଘ୍ନ ନିଜ ଦଳୀୟ ପ୍ରାର୍ଥୀ ପାଇଁ ନା ପତ୍ନୀ ପୁନମଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ଏନେଇ ଏବେ ଚର୍ଚ୍ଚା ଜୋର ହେଉଛିା

ଶତ୍ରୁଘ୍ନ ସିହ୍ନା ନିକଟରେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲୋ ସେ ବିହାରର ପାଟନା ସାହିବରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତିା ତାଙ୍କ ପତ୍ନୀ ପୁନମ ଲକ୍ଷ୍ନୌ ଆସନରୁ ସମାଜବାଦୀ ପାର୍ଟି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତିା ଏଠାରେ ବିଜେପି ପ୍ରାର୍ଥୀ ରାଜନାଥ ସିଂହ, କଂଗ୍ରେସ ପ୍ରାର୍ଥୀ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମଙ୍କ ସହ ପୁନମଙ୍କର ଟକ୍କର ହେବା

ପୁନମ୍ ସିହ୍ନା ଗୁରୁବାର ଲକ୍ଷ୍ନୌ ଲାଗି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଗତ ମଙ୍ଗଳବାର ସେ ସମାଜବାଦୀ ପାର୍ଟିର ସାମିଲ ହୋଇଥିଲେ। ଏହାପରେ ତାଙ୍କୁ ଏସପି ଓ ବିଏସପି ମହାମେଣ୍ଟରେ ଲକ୍ଷ୍ନୌ ଲାଗି ପ୍ରାର୍ଥୀ କରାଯାଇଥିଲା।

ପୁନମ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଏକ ରୋଡ ସୋ’ କରିଥିଲେ। ଏହି ରୋଡ ସୋ’ରେ ପୁନମଙ୍କ ସହ ସ୍ୱାମୀ ଶତ୍ରୁଘ୍ନ ସିହ୍ନା ଓ ସମାଜବାଦୀ ପାର୍ଟିର ସଭାପତି ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ସାମିଲ ଥିଲୋ

ଲକ୍ଷ୍ନୌରେ ପଞ୍ଚମ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି।

ଗୋଟିଏ ପଟେ ଲକ୍ଷ୍ନୌରେ ପତ୍ନୀ ନିର୍ବାଚନ ଲଢ଼ୁଥିଲାବେଳେ ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ ନିର୍ବାଚନ ଲଢ଼ୁଛନ୍ତିା ତେବେ ଶତ୍ରୁଘ୍ନ କାହା ପାଇଁ ପ୍ରଚାର କରିବେ ସେ ଉପରେ ସମସ୍ତଙ୍କ ନଜର ରହିଛିା

Comment