ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ନିର୍ବାଚନ ପ୍ରଚାର ପାଇଁ ନେତା ନୂଆ ଉପାୟ ଆପଣାଉଥିବା ଦେଖିବାକୁ ମିଳୁଛି। ନିର୍ବାଚନରେ ନିଜ ଆସନକୁ ସୁନିଶ୍ଚିତ କରିବା ପାଇଁ ପ୍ରାର୍ଥୀ ନିଜ ନିଜ ସଂସଦୀୟ କ୍ଷେତ୍ରରେ ପ୍ରଚାର ଜୋର କରୁଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର।

ନିର୍ବାଚନୀ ପ୍ରଚାର ବେଳେ ଡାକ୍ତର ସମ୍ବିତ ପାତ୍ରଙ୍କର ନୂଆ ଅବତାର ଦେଖିବାକୁ ମିଳିଛିା ପୁରୀରେ ତେଲୁଗୁ ଭାଷାଭାଷୀ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସମ୍ବିତ ଏବେ ନୂଆ ଢାଞ୍ଚା ଆପଣେଇଥିବାର ଦେଖିବାକୁ ମିଳିଛିା

ଏପ୍ରିଲ ୧୮ ତାରିଖରେ ପୁରୀର ପେଣ୍ଠକଟାରେ ଆୟୋଜିତ ଏକ ସଭାରେ ସମ୍ବିତ ତେଲୁଗୁ ଭାଷାରେ ଗୀତ ଗାଉଥିବା ଦେଖାଯାଇଥିଲା।

ଅଭିନେତା ନାଗାର୍ଜୁନ ଓ ମନିଷା କୋଇରାଲାଙ୍କ ଅଭିନୀତ ତେଲୁଗୁ ଫିଲ୍ମ ‘କ୍ରିମନାଲ’ର ଏକ ଲୋକପ୍ରିୟ ଗୀତ ‘ତେଲୁସା ମନସା’ ସଭାରେ ଗାଇଥିଲେ ସମ୍ବିତା ଏହି ଫିଲ୍ମ ହିନ୍ଦୀ ଭାଷାରେ ମଧ୍ୟ ରହିଛିା ହିନ୍ଦୀରେ ଏହି ଫିଲ୍ମର ଗୀତ ‘ତୁମ ମିଲେ’ ବେଶ୍ ଲୋକପ୍ରିୟତା ହାସଲ କରିଥିଲା।

ସମ୍ବିତଙ୍କ ଏହି ଗୀତରେ ସଭାରେ ଉପସ୍ଥିତ ଥିବା ହଜାର ହଜାର ଦର୍ଶକ ଝୁମିଥିଲୋ ସଭାରେ ବିଜେପିର ପୁରୀ ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଉପସ୍ଥିତ ରହିଥିଲୋ

ପେଣ୍ଠକଟାରେ ସମ୍ବିତ ତାଙ୍କ ପ୍ରଥମ ସଭାରେ ତେଲୁଗୁ ଭାଷାରେ ଭାଷଣ ଦେବାକୁ ଜନତାଙ୍କୁ ପ୍ରତିଶ୍ରୁତି ଦେଇଥିଲୋ ସଭାରେ ସମ୍ବିତ ତେଲୁଗୁ ଗୀତ ଗାଇ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତିାପୂର୍ବରୁ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତଙ୍କୁ ସବୁ ଟିଭି ଚ୍ୟାନେଲରେ ଗରମାଗରମ ଡିବେଟ କରୁଥିବାର ଦେଖିବାକୁ ମିଳିଥିଲା। ଏମିତିକି ସେ ସଂସ୍କୃତରେ ଦେବାଦେବୀଙ୍କର ଶ୍ଳୋକ, ସ୍ତୋତ୍ର ଗାଇବାର ଦେଖାଯାଇଥିଲା।

ହେଲେ ଏଠାରେ ସମ୍ବିତଙ୍କର ସମ୍ପୂର୍ଣ୍ଣ ନିଆରା ରୂପ ଦେଖିବାକୁ ମିଳିଥିଲା। ସମ୍ବିତଙ୍କର ଏହି ଅବତାର ଦେଖି ଲୋକେ ଖୁବ୍ ଆମୋଦିତ ହୋଇଥିଲୋ ସଭାରେ ଗୀତ ଗାଇଲା ବେଳେ ବି ସମ୍ବିତ ସେହି ଧାର୍ମିକ ପୋଷକରେ ଥିଲୋ

Comment