ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆମେଥି ଲୋକସଭା ଆସନରୁ ଲଢ଼ୁଛନ୍ତି। ଏହି ଆସନ ଲାଗି ରାହୁଲ ନିଜ ପ୍ରାର୍ଥିପତ୍ର ଦାଖଲ ବି କରିସାରିଛନ୍ତି। ମାତ୍ର ଏହାପରେ ପ୍ରାର୍ଥିପତ୍ରକୁ ନେଇ ବିବାଦ ସୃଷ୍ଟି ହୋଇଛି।

ରିଟର୍ଣ୍ଣିଂ ଅଫିସର ଆମେଥି ଲାଗି ରାହୁଲ ଦାଖଲ କରିଥିବା ପ୍ରାର୍ଥିପତ୍ରର ଯାଞ୍ଚ ଏପ୍ରିଲ ୨୨ ଯାଏଁ ଘୁଞ୍ଚାଇଦେଇଛନ୍ତି। ଏହାପରେ ବିଜେପି ରାହୁଲ ଗାନ୍ଧିଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇଛି।

ବିଜେପି ପ୍ରବକ୍ତା ଶନିବାର ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧିଙ୍କଠୁ ତାଙ୍କ ନାଗରିକତା ବାବଦରେ ପ୍ରଶ୍ନ କରିଛନ୍ତି। ସେ ରାହୁଲଙ୍କୁ ପ୍ରଶ୍ନ କରି ପଚାରିଛନ୍ତତି କି”କହିବେ କି ଆପଣ ବ୍ରିଟିଶ ନାଗରିକ କି ନୁହେଁ।” ଏହାସହିତ ସେ ଅଭିଯୋଗ ଆଣିଛନ୍ତି କି ଗୋଟିଏ କମ୍ପାନି ରାହୁଲଙ୍କ ନାଗରିକତା ବ୍ରିଟିଶ ବୋଲି ଉଲ୍ଲେଖ କରିଛି।

ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି। ତେବେ ୨୨ତାରିଖରେ ରିଟର୍ଣ୍ଣିଂ ଅଫିସର ରାହୁଲଙ୍କ ପ୍ରାର୍ଥିପତ୍ର ଯାଞ୍ଚ କରିବା ପରେ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହା ଠିକ୍ କି ଭୂତ ଜଣାପଡ଼ିବ।

Comment