ଓଡ଼ିଶାଲାଇଭ୍ ବ୍ୟୁରୋ

ଛୋଟପିଲା ସବୁବେଳେ ଆଖପାଖର ଲୋକଙ୍କଠାରୁ ବହୁତ କିଛି ଶିଖିଥାନ୍ତିା ଆଖପାଖର ଲୋକଙ୍କଠାରୁ ପିଲା କିଛି ଭଲ ଶିଖିଥିଲେ କିଛି ଖରାପ ମଧ୍ୟ ଶିଖିଥାନ୍ତିା ଅଭିଭାବକ ନିଜ କାର୍ଯ୍ୟ ବ୍ୟସ୍ତତା ଭିତରେ ପିଲାଙ୍କ ଆଚରଣ ପ୍ରତି ଧ୍ୟାନ ଦେଇ ପାରିନଥାନ୍ତି ଫଳରେ ପିଲା ବିଗିଡ଼ି ଯାଆନ୍ତିା

ହେଲେ ଯଦି ପିଲାଙ୍କ କିଛି ଲକ୍ଷଣ ପ୍ରତି ଧ୍ୟାନ ଦିଆଯାଏ ତେବେ ଆପଣ ଜାଣିପାରିବେ ଆପଣଙ୍କ ପିଲା ବିଗୁଡ଼ିଛି କି ନାହିଁ।

ଜାଣନ୍ତୁ ପିଲାଙ୍କର ବିଗିଡ଼ିବାର ଲକ୍ଷଣ…

  • ଆପଣଙ୍କ ପିଲା ଯଦି ଘରେ ଖରାପ ଭାଷାର ପ୍ରୟୋଗ କରିଛି ତେବେ ଆପଣ ବୁଝିଯିବେ ଯେ ଆପଣଙ୍କ ପିଲା ବିଗୁଡ଼ିଛିା ଏଥିପାଇଁ ସବୁବେଳେ ଘର ପରିବେଶ ଭଲ ରଖନ୍ତୁା ଅନ୍ୟମାନଙ୍କୁ ଘରେ ଏଭଳି କୌଣସି ଭାଷାର ପ୍ରୟୋଗ ପାଇଁ ବାରଣ କରନ୍ତୁ ଯେଉଁଥିପାଇଁ ଆପଣଙ୍କ ପିଲା ବିଗିଡ଼ିବା
  • ଯଦି ଆପଣଙ୍କ ପିଲା ନିଜ ସାଙ୍ଗ ବା ପଡ଼ୋଶୀଙ୍କ ପିଲାଙ୍କ ସହ ମାରପିଟ କରୁଛି ତେବେ ଏହା ଆପଣଙ୍କ ପିଲା ବିଗିଡ଼ିବାର ସଙ୍କେତା ଏହା ପିଲାମାନେ ଅନ୍ୟମାନଙ୍କଠାରୁ ଶିଖନ୍ତି ବା ଟିଭିରୁ ଶିଖିଥାନ୍ତିା ଏଭଳି ସ୍ଥିତିରେ ଆପଣ ନିଜ ପିଲାଙ୍କୁ ବୁଝେଇବା ଦରକାର।
  • ଅନ୍ୟଙ୍କୁ ଚିଡ଼ାଇବାରେ ପିଲାଙ୍କୁ ମଜା ଆସିଥାଏା ହେଲେ ଏହା ଖରାପ ଅଭ୍ୟାସା ପିଲା ସାଙ୍ଗସାଥୀଙ୍କଠାରୁ ଏହି ଅଭ୍ୟାସ ଶିଖିଥାନ୍ତିା ଏହି ଅଭ୍ୟାସରୁ ସୁଧାରିବା ପାଇଁ ସ୍ନେହରେ ବୁଝେଇବା ଦରକାରା ପିଲାଙ୍କ ସାଙ୍ଗସାଥୀ ଉପରେ ଧ୍ୟାନ ଦିଅନ୍ତୁା
  • ସାଧାରଣତଃ ଛୋଟପିଲାମାନେ ଅନେକ ସମୟରେ ଜିଦି କରିଥାନ୍ତିା ଜିଦି ପାଇଁ ପିଲା ଖାଇବା ପିଇବା ଛାଡ଼ି ଦେଇଥାନ୍ତିା ଏହା ପିଲା ବିଗିଡ଼ିବାର ଅନ୍ୟ ଏକ ସଙ୍କେତା

Comment