ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଇକ୍‌ ଡିକିରୁ ଜବତ ହୋଇଛି ଲକ୍ଷାଧିକ ଟଙ୍କା। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗୋପିନାଥପୁର ଛକରେ ଏକ ବାଇକ୍‌ରୁ ପାଖାପାଖି ୧୫ ଲକ୍ଷ ଟଙ୍କା ଜବତ ହୋଇଛି। ନିର୍ବାଚନୀ ଫ୍ଲାଇଂ ସ୍କ୍ୱାଡ୍‌ ଟିମ୍‌ ଏହି ଟଙ୍କା ଜବତ କରିଛନ୍ତି।

ବାଇକ୍‌ର ଡିକିରୁ ମୋଟ ୧୪ ଲକ୍ଷ ୬୮ ହଜାର ୫ ଶହ ଟଙ୍କା ଜବତ କରିଛନ୍ତି ଫ୍ଲାଇଂ ସ୍କ୍ୱାଡ୍‌ ଟିମ୍‌। ଏହି ଘଟଣାରେ ପୋଲିସ୍‌ ଦୁଇ ଜଣଙ୍କୁ ଅଟକ ରଖିବା ସହିତ ପଚରାଉଚରା କରିଛି।

ତେବେ ଏହି ଟଙ୍କା କାହାର ଏବଂ ଏହା କେଉଁଠିକୁ ଯାଉଥିଲା ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଏନେଇ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ସୂଚନା ଦେଇଛନ୍ତି।

Comment