ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦିଲ୍ଲୀରେ ଆମ ଆଦମୀ ପାର୍ଟି ସହ କଂଗ୍ରେସର ମେଣ୍ଟକୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛିା ଦିଲ୍ଲୀରେ କଂଗ୍ରେସ ଏକାକୀ ଲଢ଼ିବା ସ୍ପଷ୍ଟ ହୋଇଛିା ଦିଲ୍ଲୀରେ ୭ଟି ଆସନ ରୁ ୬ଟି ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛିା

ଏହି ତାଲିକାରେ ଶୀଲା ଦୀକ୍ଷିତ, ଜେପି ଅଗ୍ରୱାଲ, ଅରବିନ୍ଦର ସିଂହ ଲଭଲୀ, ଅଜୟ ମାକନ, ମହାବଳ ମିଶ୍ର, ରାଜେଶ ଲିଲୋଥିଆ ଆଦି ବରିଷ୍ଠ ନେତାଙ୍କ ନାମ ରହିଛିା

କିଏ, କେଉଁ ଆସନରୁ

ଶୀଲା ଦୀକ୍ଷିତ- ଉତ୍ତର ପୁର୍ବ ଦିଲ୍ଲୀ

ଜେପି ଅଗ୍ରଓ୍ୱାଲ- ଚାନ୍ଦନୀଚୌକ

ଅଜୟ ମାକନ- ନୂଆଦିଲ୍ଲୀ

ମାହାବଳ ମିଶ୍ର- ପଶ୍ଚିମ ଦିଲ୍ଲୀ

ରାଜେଶ ଲିଲୋଥିୟା- ଉତ୍ତର ପଶ୍ଚିମ ଦିଲ୍ଲୀ

ଅରବିନ୍ଦର ସିଂହ ଲଭଲୀ-  ପୂର୍ବ ଦିଲ୍ଲୀ

ଦିଲ୍ଲୀରେ ଷଷ୍ଠ ପର୍ଯ୍ୟାୟରେ ଅର୍ଥାତ ମେ ୧୨ରେ ମତଦାନ ହେବା ଏଥିଲାଗି ଆସନ୍ତା କାଲି ହେଉଛି ପ୍ରାର୍ଥିୀପତ୍ର ଦାଖଲର ଶେଷ ଦିନା ଏହାର ଗୋଟିଏ ଦିନ ପୁର୍ବରୁ ହିଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛିା ମାତ୍ର ଦକ୍ଷିଣ ଦିଲ୍ଲୀ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ।

କଂଗ୍ରେସ ପୂର୍ବରୁ ଶାସନରେ ଥିବା ଆପ୍ ସମସ୍ତ ୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛିା ବିଜେପି ମଧ୍ୟ ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛିା ଗୁରୁତ୍ୱପୂର୍ଣ୍ଣ କଥା ବିଜେପି ୨୦୧୪ ନିର୍ବାଚନରେ ଏହି ସମସ୍ତ ଆସନରେ ବିଜୟ ହୋଇଥିଲା। ଏଥର ଜନମତ କାହା ସପକ୍ଷରେ ଯିବ ମେ ୨୩ରେ ଜଣାପଡ଼ିବା

Comment