ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଏହାର ଦିନକ ପୂର୍ବରୁ ଅର୍ଥାତ ଆଜି ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପିପିଲ ପୋଲିସ। ଏହାପରେ ଚର୍ଚ୍ଚା ଆସନ୍ତାକାଲି ପିପିଲିରେ ହେବାକୁ ଥିବା ଭୋଟକୁ ନେଇ ଅନେକ ପ୍ରଶ୍ନ ସହ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ପିପିଲିରେ ଯଥାରୀତି ଅନୁସାରେ ମତଦାନ ହେବ। ପିପିଲି ନିର୍ବାଚନରେ କୌଣସି ପ୍ରଭାବ ପଡ଼ିବ ନାହିଁ।”

ଆସନ୍ତାକାଲି ରାଜ୍ୟରେ ୬ ଲୋକସଭା ସହ ୪୨ ବିଧାନସଭା ଆସନ ଲାଗି ମତଦାନ ହେବ। ଭୋଟିଂ ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି।

Comment