ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣର ଫାଇନାଲ ମ୍ୟାଚ୍ ପାଇଁ ତାରିଖ ଏବଂ ଷ୍ଟାଡିୟମ ନାମ ଘୋଷଣା କରାଯାଇଛି। ଆସନ୍ତା ମେ ୧୨ ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧି ଷ୍ଟାଡିୟମରେ ଆଇପିଏଲ୍‌-୨୦୧୯ର ଫାଇନାଲ ମ୍ୟାଚ୍ ଖେଳାଯିବ। ଏନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି।

ପୂର୍ବରୁ ଚେନ୍ନାଇରେ ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଚେପକ ଷ୍ଟାଡିୟମର ତିନିଟି ପାର୍କିଂ ସ୍ଥଳ ଖୋଲିବାକୁ ତାମିଲନାଡୁ କ୍ରିକେଟ ଆସୋସିଏସନ ପକ୍ଷରୁ ଅନୁମତି ମିଳିନାହିଁ। ସେହି କାରଣରୁ ଅନ୍ତିମ ପର୍ଯ୍ୟାୟରେ ଚେନ୍ନାଇ ହାତରୁ ଫାଇନାଲ ମ୍ୟାଚ୍ ଆୟୋଜନ ଛଡ଼ାଇ ନିଆଯାଇଛି।

ମେ ୭ରେ ଫ୍ଲେ ଅଫର ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ଚେନ୍ନାଇରେ ଖେଳାଯିବ। ସେହିପରି ମେ ୮ ଏବଂ ୧୦ ତାରିଖରେ ବିଶାଖାପାଟନମ୍‌ରେ ଏଲିମିନେଟର ମ୍ୟାଚ୍‌ ଏବଂ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ ଖେଳାଯିବ।

ତେବେ ମ୍ୟାଚ୍ ସ୍ଥାନାନ୍ତର ଓ ତାରିଖ ବଦଳିବା ପଛରେ ଅନ୍ୟ ଏକ କାଣଣ ହେଉଛି ନିର୍ବାଚନ। ଚେନ୍ନାଇରେ ମେ ୬, ୧୦ ଏବଂ ୧୪ ତାରିଖରେ ସ୍ଥାନୀୟ ନିର୍ବାଚନ ହେବାକୁ ଥିବାରୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେଇ ହେବନାହିଁ ବୋଲି ତାମିଲନାଡୁ ପୋଲିସ ପ୍ରଶାସନ କହିଥିଲା। ସେଥିପାଇଁ ବିସିସିଆଇକୁ ଫାଇନାଲ ମ୍ୟାଚ୍ ଆୟୋଜନ ପାଇଁ ହାଇଦ୍ରାବାଦକୁ ଚୟନ କରିବାକୁ ପଡ଼ିଥିଲା।

Comment