ଓଡ଼ିଶାଲାଇଭ ପିଲିଟିକାଲ୍ ବ୍ୟୁରୋ

ପିପିଲି ଥାନା ପୋଲିସ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି। ଫାର୍ମହାଉସରେ SST ଟିମ୍‌ ଓ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଛନ୍ତି।

ଗିରଫ ନେଇ ପୁରୀ ଏସପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ମହାରଥୀଙ୍କ ବିରୋଧରେ ଅନେକ ସଙ୍ଗୀନ ଦଫା ଲଗାଇଛି ପିପିଲି ପୋଲିସ।

ଦଫା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ୧୭୧(ବି) ୧୮୬ ଏବଂ ଲୋକପ୍ରତିନିଧି ଆଇନ ୧୦୩ ଅନୁସାରେ ପ୍ରଦୀପଙ୍କୁ ଗିରଫ କରାଯାଇଛି।

Comment