ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସକାଳ ୭ଟାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲାଗି ମତଦାନ। କେନ୍ଦୁଝରରେ ୧୦୦ରୁ ଅଧିକ ପୋଲିଂ ବୁଥରେ ଇଭିଏମ ଅଚଳ ହୋଇଥିବା ଅଭିଯୋଗ ଆସିଛି। କେନ୍ଦୁଝର ଲୋକସଭା ଆସନ ଅଧୀନରେ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଆସୁଛି।

କେନ୍ଦୁଝରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଜେଡିର ବଦ୍ରି ନାରାୟଣ ପାତ୍ରଙ୍କ ପରି ଅନେକ ହେଭିୱେଟ ମଇଦାନରେ ଅଛନ୍ତି।

ନିର୍ବାଚନର ଗୋଟିଏ ଦିନ ପୂର୍ବରୁ କେନ୍ଦୁଝରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା। ଯାହାପରେ ସେଠାରେ ସୁରକ୍ଷାବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୋଲିସର ନଜରରେ ରହିଛି ପୂରା କେନ୍ଦୁଝର ଲୋକସଭା ଆସନ।

ଯେଉଁ ବୁଥରେ ଇଭିଏମ ଅଚଳ ହୋଇଛି ସେଠାରେ ଭୋଟର ମାନେ ଅନେକ ସମୟ ଧରି ଅପେକ୍ଷା କରିଛନ୍ତି। ଭୋଟଙ୍କ ମଧ୍ୟରେ ସାମାନ୍ୟ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here