ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି କେନ୍ଦ୍ରାପଡ଼ା ବାରୁଆ ପଡ଼ିଆରେ ଏକ ବିଶାଳ ସାଧାରଣ ସଭାରେ ଯୋଗ ଦେବେ ମୋଦି। ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ କରିବେ ନିର୍ବାଚନୀ ପ୍ରଚାର। ଏ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାପରେ ବାଲେଶ୍ୱର ଯାଇ ନିର୍ବାଚନ ପ୍ରଚାର କରିବେ ନରେନ୍ଦ୍ର ମୋଦି।

ମୋଦିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।

ଅନ୍ୟପଟେ କଂଗ୍ରେସ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛି। ଏପ୍ରିଲ ୨୬ରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ବାଲେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି।

Comment