ଓଡ଼ିଶାଲାଇଭ୍ ବ୍ୟୁରୋ

କେରଳର କନ୍ନୁର ଲୋକସଭା କ୍ଷେତ୍ରରେ ମତଦାନ ସମୟରେ ଏକ ପୋଲିଂ ବୁଥରେ ଅଜବ ପ୍ରକାର ଘଟଣା ଘଟିଥିଲା। ଭିପିପାଟ୍ ମେସିନ ଭିତରୁ ହଠାତ୍ ସାପ ବାହାରିବାର ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ଭୋଟର ଏବଂ ନିର୍ବାଚନ ଅଧିକାରୀ ଭୟଭୀତ ହୋଇଯାଇଥିଲେ। ସାପ ବାହାରିବାରୁ ମତଦାନ କେନ୍ଦ୍ରରେ କିଛି ସମୟ ପାଇଁ ଭୋଟିଂରେ ବିଳମ୍ବ ହୋଇଥିଲା।

ମୟେଲି କଣ୍ଡକାଇସ୍ଥିତ ଏକ ପୋଲିଂ ବୁଥରେ ଭିଭିପାଟ୍ ମେସିନ ଭିତରୁ ସାପ ଥିବା ଦେଖିବାକୁ ମିଳିଥିଲା। ମତଦାନ ସମୟରେ ଜଣେ ଭୋଟର ଭିଭିପାଟ୍ ମେସିନରେ ସାପ ଦେଖିବାକୁ ପାଇଥିଲେ। ଯାହାପରେ ସେଠାରେ ଲାଇନରେ ଛିଡା ହୋଇଥିବା ଭୋଟରଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ସାପକୁ ଯଥା ଶୀଘ୍ର ସେଠାରୁ ହଟାଇ ଦିଆ ଯାଇଥିଲା। ଏହି କାରଣରୁ ଭୋଟିଂରେ କିଛି ସମୟ ପାଇଁ ବାଧା ସୃଷ୍ଟି ହୋଇଥିଲା।


















