ଓଡ଼ିଶାଲାଇଭ୍ ବ୍ୟୁରୋ

ମନିପ୍ଲାଣ୍ଟକୁ ବାସ୍ତୁଶାସ୍ତ୍ରରେ ଅତ୍ୟନ୍ତ ଶୁଭ ଭାବେ ଗ୍ରହଣ କରାଯାଇଥାଏ। ଘରେ ମନିପ୍ଲାଣ୍ଟ ଲଗାଇଲେ ଧନ ଓ ସୁଖ, ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଘରେ ଏହି ଗଛକୁ ରଖୁଥିଲେ କିଛି କଥା ଉପରେ ଧ୍ୟାନ ଦିଅନ୍ତୁ।

-ବାସ୍ତୁ ଅନୁସାରେ ଏହି ଗଛକୁ ଘରର ଅଗ୍ନି କୋଣ ଅର୍ଥାତ୍ ଦକ୍ଷିଣପୂର୍ବ କୋଣରେ ରଖିବା ସବୁଠୁ ଭଲ। ଏହାଦ୍ୱାରା ଜୀବନରେ ସକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ଭୁଲରେବି ଏହାକୁ ଉ ର-ପୂର୍ବ ଦିଗରେ ରଖନ୍ତୁ ନାହିଁ।

-ଘର ବାହାରେ ମନିପ୍ଲାଣ୍ଟ ନ ଲଗାଇ ଘର ଭିତରେ କିଛି ବୋତଲ ବା କୁଣ୍ଡରେ ଲଗାନ୍ତୁ। ଏଥିରେ ଖରା ପଡ଼ିବାକୁ ଦିଅନ୍ତୁ ନାହିଁ।

-ପତ୍ର ପାଚିଯାଇଥିଲେ ତାକୁ ତୁରନ୍ତ ବାହାର କରି ଦିଅନ୍ତୁ। ପାଚିଲା ପତ୍ର ଦୁର୍ଭାଗ୍ୟ ବହନ କରିଥାଏ।

-ଏହି ଗଛକୁ ପାଣିରେ ରଖନ୍ତୁ ଏବଂ ପ୍ରତି ସପ୍ତାହରେ ଏହାର ପାଣିକୁ ବଦଳାଇ ଦିଅନ୍ତୁ।

-ଏହି ଗଛକୁ ତଳେ ନ ମଡ଼ାଇ ଉପରକୁ ମଡ଼ାଇବାର ବ୍ୟବସ୍ଥା କରନ୍ତୁ। ତଳେ ମଡାଇଲେ ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ।

Comment