ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ପୁରୀର ସତ୍ୟବାଦୀ ଓ ବ୍ରହ୍ମଗିରିର ଦୁଇଟି ବୁଥରେ ଇଭିଏମ ଭଙ୍ଗାରୁଜା ଓ ଉତ୍ତେଜନା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ନିର୍ବାଚନ ଅଧିକାରୀଙ୍କୁ ଜଣାଯାଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ।

ବ୍ରହ୍ମଗିରିର ୨୨୨ ନମ୍ବର ବୁଥରେ ଗୋଟିଏ ଇଭିଏମ ଓ ସତ୍ୟବାଦୀ ବିରକିଶୋରପୁରରେ ୭୮ ନମ୍ବର ବୁଥରେ ଇଭିଏମ ଭାଙ୍ଗିଦିଆଯାଇଛି। ଏ ଘଟଣାପରେ ପ୍ରିଜାଇଡିଂ ଅଫିସର ଥାନାରେ ଅଭିଯୋଗ କରିଛନ୍ତି।

ଉଭୟ ସ୍ଥାନରେ ଇଭିଏମ ଭଙ୍ଗାରୁଜା ନେଇ ଜଣାଯିବା ପରେ ସେଠାରେ ସାନି ମତଦାନ ହେବ କି ନାହିଁ। କଣ ରହିବ ନିର୍ବାଚନ ଅଧିକାରୀଙ୍କ ପରବର୍ତ୍ତି ନିର୍ଦ୍ଦେଶ ତାହା ଉପରେ ସମସ୍ତଙ୍କ ନଜର ରହିବ।

Comment