ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ବାତିଲ ହୋଇଥିବା ୯ଟି ବୁଥରେ ସାନି ମତଦାନ ହେବ। ଏହି ସମସ୍ତ ବୁଥରେ ଆସନ୍ତା ୨୫ତାରିଖରେ ଭୋଟଗ୍ରହଣ ହେବ। ଏ ନେଇ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁସାରେ ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ବେଳେ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ୮ଟି ଓ ଇଭିଏମ ଭଙ୍ଗା ପାଇଁ ଗୋଟିଏ ବୁଥରେ ନିର୍ବାଚନକୁ ବାତିଲ କରାଯାଇଥିଲା । ଯାହାପରେ ଏହି ସବୁ ବୁଥରେ ସାନି ମତଦାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସୁପାରିସ କରିଥିଲେ।

୯ଟି ଯାକ ବୁଥରେ ଆସନ୍ତା ୨୫ରେ ମତଦାନ ହେବ। ୨ଟି ବୁଥରେ ସକାଳ ୭ଟାରୁ ଅପରାହ୍ନ ୪ଟା ଓ ବାକି ବୁଥରେ ସଂଧ୍ୟା ୬ଟା ଯାଏଁ ମତଦାନ ହେବ।

ରାଜ୍ୟରେ ୩ଟି ପର୍ଯ୍ୟାୟରେ ଭୋଟିଂ ସରିଛି। ଆସନ୍ତା ୨୯ରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ହେବ। ଏହାସହିତ ନିର୍ବାଚନ ଅଭିଯାନ ସରିବ ରାଜ୍ୟରେ। ମେ ୨୩ରେ ଆସିବ ରେଜଲ୍ଟ।

Comment