ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ମଙ୍ଗଳବାର କେନ୍ଦ୍ରାପଡ଼ାରେ ନବୀନଙ୍କୁ ମୋଦିଙ୍କ ଟାର୍ଗେଟ
  • ନୂଆ ସରକାର ଆସିଲେ ମୁଁ ଓଡ଼ିଶା ଆସିବି – ମୋଦି
  • ବୁଧବାର ନବୀନ ରଖିଲେ ମୋଦିଙ୍କ ପ୍ରଶ୍ନର ଉତ୍ତର
  • ନବୀନ – ମୋଦି କଥା କଟାକଟି
  • ବିଜେଡି ରାଜ୍ୟରେ ବହୁମତ ପାଇସାରିଛି – ନବୀନ
  • ଶପଥଗ୍ରହଣ ଉତ୍ସବକୁ ମୋଦିଙ୍କୁ ନିମନ୍ତ୍ରଣ କଲେ ନବୀନ
  • ଗୁରୁବାର ବିଜେପି ପ୍ରଭାରୀ ଅରୁଣ ସିଂ ଦେଲେ ନବୀନଙ୍କୁ ସିଧା ଉତ୍ତର
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ବିଜେପି ବହୁମତ ପାଇସାରିଛି
  • ବିଜେପି ଓ ବିଜେଡି ସରକାର ଗଢ଼ିବାକୁ ନେଇ ଦୃଢ଼ୋକ୍ତି ପ୍ରକାଶ
  • ବାସ୍ତବରେ କିଏ ଗଢ଼ିବ ସରକାର?
  • ଶେଷ ପର୍ଯ୍ୟାୟ ମତଦାନ ହେବକି ନିର୍ଣ୍ଣାୟକ?

ଶେଷ ପର୍ଯାୟ ଭୋଟ ଲାଗି ଉତ୍ତର ଓଡ଼ିଶାରେ ଜମୁଛି ପ୍ରଚାର। ଏହାସହ ବିଜେଡି ବିଜେପି ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ ଓ ବିଶେଷ କରି କିଏ ସରକାରକୁ ଆସିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜି।

ବୁଧବାର ବାଲେଶ୍ୱର ନବୀନ କେନ୍ଦ୍ରପଡ଼ାରେ ମୋଦି ଦେଇଥିବା କଥାର ଉତ୍ତର ଦେଇଥିଲେ। ନବୀନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜ୍ୟରେ ସରକାର ଗଠନର ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଥିଲେ। ଏହାସହିତ କହିଥିଲେ କି ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳକୁ ବହୁମତ ମିଳିସାରିଛି। ଯାହାପରେ ଏହାକୁ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ନବୀନଙ୍କ ଏଗି ମନ୍ତବ୍ୟର ୨୪ଘଣ୍ଟା ନପୂରୁଣୁ ବିଜେପି ଏହାର ଉତ୍ତର ରଖିଛି। କେବଳ ପ୍ରତିକ୍ରିୟା ରଖିନି ସମାନ ଢଙ୍ଗରେ ସମାନ କଥାକୁ ଭିନ୍ନ ପ୍ରକାରରେ ରଖିଛି।

ମୟୂରଭଞ୍ଚରେ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ ଠିକ୍ ସମାନ ଢଙ୍ଗରେ ଉତ୍ତର ରଖିଛନ୍ତି। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘‘ତୃତୀୟ ପର୍ଯ୍ୟାୟ ସୁଦ୍ଧା ଆମକୁ ବହୁମତ ମିଳି ସାରିଛି। ଚତୁର୍ଥ ପର୍ଯ୍ୟାୟ ପରେ ତିନି ଚତୁର୍ଥାଂଶ ସଫଳତା ପାଇ ସରକାର ଗଢ଼ିବୁ। ଲୋକସଭାରେ ସମସ୍ତ ୨୧ରୁ ୨୧ ଆସନ ଜିତିବୁ।’’

ଅରୁଣ ସିଂହ ସିଧାସଳଖ ନବିନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ‘‘ବିଜେଡି ମିଛର ସାହାରା ନେଉଛନ୍ତି। ଯେଉଁମାନେ ଗୁଣ୍ଡାଗର୍ଦ୍ଦି କରୁଛନ୍ତି। ସେମାନଙ୍କୁ ଜେଲ ପଠାଇବୁ।”

କେବଳ ବିଜେପି ରାଜ୍ୟ ପ୍ରଭାରୀ ନୁହଁ ବାଲେଶ୍ୱରରେ ନବୀନ ଦେଇଥିବା ମନ୍ତବ୍ୟକୁ ଧର୍ମେନ୍ଦ୍ର କାଉଣ୍ଟର କରିଛନ୍ତି, ‘‘ରାଜ୍ୟରେ ସରକାର ପରିବର୍ତ୍ତନ ହେବ।, ନୂଆ ସରକାର ନିଶ୍ଚିତ ଆସିବ। ନୂଆ ସରକାର ଶପଥ ଗ୍ରହଣ ସମାରୋହକୁ ପ୍ରଧାନମନ୍ତ୍ରୀ ଆସିବେ। ସମାରୋହକୁ ବିଦାୟୀ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ନିଶ୍ଚିତ ଡାକିବୁ। ନବୀନଙ୍କୁ ନିମନ୍ତ୍ରଣ କରି ପ୍ରଧାନମନ୍ତ୍ରୀଙ୍କ ପାଖରେ ବସାଇବୁ।’’

ତୃତୀୟ ପର୍ଯ୍ୟାୟ ଲାଗି ମତଦାନ ସରିଛି।  ଅନ୍ତିମ ପର୍ଯ୍ୟାୟ ୬ ଲୋକସଭା ଓ ୪୧ ବିଧାନସଭା ପାଇଁ ମତଦାନ ବାକି ଥିବା ବେଳେ ବହୁମତ ନେଇ ଦୃଢ଼ୋକ୍ତି ରଖିଛନ୍ତି ଅରୁଣ ସିଂହ। ତେବେ କିଏ ସରକାର ଗଢ଼ିବ ତାହା ମେ’ ୨୩ରେ ଜଣାପଡ଼ିବ।

LEAVE A REPLY

Please enter your comment!
Please enter your name here