ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଅଜୟ ରାୟ। ସମସ୍ତ ଚର୍ଚ୍ଚାର ଅବସାନ ଘଟାଇ କଂଗ୍ରେସ ଆଜି ଅଜୟ ରାୟଙ୍କ ନାମ ଘୋଷଣା କରିଛି। ତେବେ କିଏ ଏହି ଅଜୟ ଏବଂ କାହିଁକି କଂଗ୍ରେସ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଢ଼ିବାକୁ ଟିକେଟ ଦେଇଛି।  ଆସନ୍ତୁ ନଜର ପକାଇବା

କିଏ ଏହି ଅଜୟ ରାୟ ?

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢ଼ୁଥିବା ଅଜୟ ରାୟ ପାଞ୍ଚ ଥରର ବିଧାୟକ ଅଟନ୍ତି। ପ୍ରଥମେ ସେ ବିଜେପିରେ ଯୋଗଦେଇଥିଲେ। ୨୦୧୪ ନିର୍ବାଚନରେ ତାଙ୍କୁ ହଟାଇ ବିଜେପି ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କୁ ଟିକେଟ ଦେଇଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ସପା ଟିକେଟରେ ନିର୍ବାଚନ ଲଢ଼ି ସେ ତୃତୀୟ ସ୍ଥାନରେ ରହିଥିଲେ। ନିର୍ବାଚନରେ ମୁରଲୀ ମନୋହର ଯୋଶୀ ବିଜୟୀ ହୋଇଥିଲେ। ବିଏସପି ନେତା ମୁଖତାର ଅନସାରୀ ଦ୍ୱିତୀୟ ସ୍ଥାନରେ ରହିଥିଲେ। ପରେ ସପା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ।

ପୂର୍ବରୁ ସେ ଉତ୍ତରପ୍ରଦେଶ ବାରଣାସୀ ସଂସଦୀୟ କ୍ଷେତ୍ର ପିଣ୍ଡରା ବିଧାନସଭା ଆସନରେ ନିର୍ବାଚନ ଲଢ଼ି ବିଧାୟକ ହୋଇଛନ୍ତି। ଏହି ଆସନରୁ ନିର୍ବାଚନ ଲଢ଼ି ଲଗାତାର ପାଞ୍ଚ ବିଧାୟକ ହୋଇଛନ୍ତି। ୧୯୯୬, ୨୦୦୨, ୨୦୦୭ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରେ ଏହି ଆସନରେ ଉପନିର୍ବାଚନ ହୋଇଥିଲା। ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ଉପନିର୍ବାଚନରେ ବିଜୟୀ ହୋଇଥିଲେ। ଗତ ବିଧାନସଭା ନିର୍ବାଚନରେ ଅଜୟ ରାୟ ବିଏସପି ପ୍ରାର୍ଥୀ ଜୟ ପ୍ରକାଶଙ୍କ ହରାଇ ପଞ୍ଚମ ଥର ପାଇଁ ବିଜୟ ହୋଇଥିଲେ।

ଗତ ପାଞ୍ଚଟି ନିର୍ବାଚନରେ ବିଜୟୀ ହୋଇଥିବା  ଅଜୟ ରାୟ ଲୋକଙ୍କ ପାଇଁ ବହୁ କିଛି କରିଥିବା ସମସ୍ତ ବର୍ଗର ଲୋକ କହୁଛନ୍ତି। ଅନ୍ୟପଟେ ଦୀର୍ଘ ରାଜନୈତିକ ଅଭିଜ୍ଞତାକୁ ନଜରରେ ରଖି କଂଗ୍ରେସ ପ୍ରାର୍ଥୀ ଦେଇଥିବା କୁହାଯାଉଛି।

Comment