ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏପ୍ରିଲ ୨୯ରେ ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ଲାଗି ମତଦାନ ହେବ। ୬ ଲୋକସଭା ସହ ୪୧ ବିଧାନସଭା ଆସନ ପାଇଁ ଭୋଟ୍ ପଡ଼ିବ।
ଭୋଟକୁ ଆଉ ଗୋଟିଏ ଦିନ ଥିବା ବେଳେ ଆଜି ଅପରାହ୍ଣରେ ସରୁଛି ପ୍ରଚାର। ତିନି ପ୍ରମୁଖ ଦଳ (ବିଜେପି, ବିଜେଡି, କଂଗ୍ରେସ) ସେମାନଙ୍କର ପ୍ରଚାରକୁ ଜୋରସୋର କରିଛନ୍ତି। ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟରଙ୍କୁ ହାତେଇବା ଲାଗି ଆଜି ପ୍ରାର୍ଥୀଙ୍କ ହାତରେ ଶେଷ ସୁଯୋଗ।
ଅନ୍ତିମ ପର୍ଯ୍ୟାୟରେ ୬ ଲୋକସଭା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସହ ଏହା ଅଧିନରେ ଥିବା ୪୧ ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ ହେବ।
ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ମତଦାନ ଶେଷ ହେବାର ୪୮ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରାଯିବ। ସେହି ଅନୁସାରେ ନିୟମ ପାଳନ ଲାଗି ସଂପୃକ୍ତ ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କୁ ଅବଗତ କରାଯାଇଛି।


















