ଓଡ଼ିଶାଲାଇଭ୍‌ ବ୍ୟୁରୋ

bjp

ରାଜ୍ୟରେ ତିନୋଟ ପର୍ଯ୍ୟାୟ ନିର୍ବାଚନ ସରିଛି। ଆସନ୍ତାକାଲି ଚତୁର୍ଥ ତଥା ଶେଷ ନିର୍ବାଚନ ହେବ। ଏହାରି ମଧ୍ୟରେ ରବିବାର ପ୍ରକାଶ ପାଇଲା ଇଲେକ୍ସନ ୱାଚ୍‌ ଏବଂ ADR ରିପୋର୍ଟ। ରାଜ୍ୟ ବିଧାନସଭା ପ୍ରାର୍ଥୀଙ୍କ ଅପରାଧୀକ ତାଲିକା ଏବଂ ସମ୍ପତ୍ତି ତାଲିକାର ଚିଠା ପ୍ରକାଶ ପାଇଛି। ତାଲିକା ମୂତାବିକ ୧୧୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୨ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ସବୁଠୁ ବଡ଼ କଥା ହେଉଛି, ବିଜେପିର ସର୍ବାଧିକ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି।

ସତ୍ୟପାଠ ଆଧାରରେ ଚଳିତ ନିର୍ବାଚନର ମୋଟ ୧୧୨୧ ପ୍ରାର୍ଥୀଙ୍କ ତଥ୍ୟ ପ୍ରକାଶ ପାଇଛି। ସେଥି ମଧ୍ୟରୁ ୩୩୨ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ୨୫୭ ଜଣ ପ୍ରାର୍ଥୀଙ୍କ ନାଁରେ ହତ୍ୟା ଏବଂ ଅପହରଣ ମାମଲା ରହିଥିବା ବେଳେ ୯ଜଣ ପ୍ରାର୍ଥୀଙ୍କ ନାଁରେ ହତ୍ୟା ମାମଲା ରହିଛି।

ସବୁଠୁ ବଡ଼ କଥା ହେଉଛି, ବିଜେପିର ସର୍ବାଧିକ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି। ବିଜେପିର ୮୬ ଜଣ ପ୍ରାର୍ଥୀଙ୍କ ନାଁରେ ମାମଲା ରହିଛି। ଏହି କ୍ରମରେ ବିଜେଡିର ୫୮ ଏବଂ କଂଗ୍ରେସର ୬୪ ଜଣ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି।

ଗତଥର ଅପେକ୍ଷା ଚଳିତ ନିର୍ବାଚନରେ ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ଛି। ଗତଥର ୨୩ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଥିବାବେଳେ ଚଳିତ ନିର୍ବାଚନରେ ୩୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ମାମଲା ରହିଛି। ସେହିପରି ୭ ଜଣ ପ୍ରାର୍ଥୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୯ଜଣଙ୍କ ନାଁରେ ହତ୍ୟା ଏବଂ ୬୩ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଛି।

ଅନ୍ୟପକ୍ଷରେ ରିପୋର୍ଟ ମୂତାବିକ ରାଜ୍ୟରେ ରେଡ୍‌ ଆଲର୍ଟ ନିର୍ବାଚନମଣ୍ଡଳୀ ସଂଖ୍ୟା ୫୯ ରହିଛି। ରେଡ ଆଲର୍ଟ ନିର୍ବାଚନମଣ୍ଡଳୀ ତାଲିକାରେ ଅନୁଗୁଳ, ଖୋର୍ଦ୍ଧା, ଢେଙ୍କାନାଳ, ବରଗଡ଼ ରହିଛି।

Comment