ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଜେପିରେ ସାମିଲ ହେବା ପରେ ଅଭିନେତା ସନ୍ନି ଦେଓଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତକାର ସମୟର ଏକ ଫଟୋ ନିଜେ ମୋଦି ତାଙ୍କୁ ଟୁଇଟର ପେଜରେ ସେୟାର କରିଛନ୍ତି।

ଫଟୋ ଶେୟାର କରିବା ସହ ଏକ ଭଲ କମେଣ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ସନ୍ନି ଦେୱଲଙ୍କୁ ନେଇ ମୋ ମନରେ ଯେଉଁ କଥା ଘର କରିଥିଲା ତାହା ହେଉଛି ଦେଶର ବିକାଶ କରିବା ଲାଗି ତାଙ୍କ ପରିଶ୍ରମ। ଆଜି ତାଙ୍କୁ ଦେଖାକରି ଖୁସି ହେଲି। ଆମେ ଗୁରୁଦାସପୁରରେ ତାଙ୍କର ଜିତିବା ଆଶା କରୁଛୁ।’’

ଲୋକପ୍ରିୟ ଡାଇଲଗ ମଧ୍ୟ ମୋଦି ଲେଖିଛନ୍ତି। ‘‘ହିନ୍ଦୁସ୍ତାନ ଜିନ୍ଦାବାଦ ଥା, ଅର ରହେଗା’’, ଲେଖିଛନ୍ତି ମୋଦି।

ସନିଙ୍କ ଏହି ଲୋକପ୍ରିୟ ଡାଇଲଗ ଫିଲ୍ମ ‘ଗଦର’ ଏକ ପ୍ରେମ କଥାର।

ବଲିଉଡ ଅଭିନେତା ସନ୍ନି ଦେୱଲ ନିକଟରେ ବିଜେପିରେ ସାମିଲ ହୋଇଛନ୍ତି। ସନ୍ନି ବିଜେପିରେ ସାମିଲ ହେବା ସହିତ ନିର୍ବାଚନ ମଇଦାନରେ ଲଢ଼ିବା ଲାଗି ପ୍ରସ୍ତୁତ ହେଉଛନ୍ତି। ସେ ପଞ୍ଜାବର ଗୁରୁଦାସପୁରରୁ ନିର୍ବାଚନ ଲଢ଼ୁଛନ୍ତି।

LEAVE A REPLY

Please enter your comment!
Please enter your name here