ଓଡ଼ିଶାଲାଇଭ୍ ବ୍ୟୁରୋ

EVM

ଆଜି ରାଜ୍ୟରେ ମତଦାନର ଅନ୍ତିମ ପର୍ଯ୍ୟାୟ। ସକାଳ ୭ରୁ ବୁଥମାନଙ୍କ ଆଗରେ ଲମ୍ବା ଲାଇନ୍ ଲଗାଇଛନ୍ତି ଭୋଟର୍। କିନ୍ତୁ ଶେଷ ଦିନରେ ବି ଇଭିଏମ ଓ ଭିଭିପାଟ ମେସିନରେ ତ୍ରୁଟି ଦେଖିବାକୁ ମିଳିଛି। ମତଦାନର ଆରମ୍ଭରୁ ହିଁ ଏଭଳି ସମସ୍ୟା ଦେଖିବାକୁ ମିଳିଛି।

କେନ୍ଦ୍ରାପଡ଼ାର ପଦନୀପାଳରେ ୫୭ ନମ୍ବର ବୁଥରେ ଇଭିଏମ୍ ଅଚଳ। ସେହିପରି ଜଗତସିଂହପୁର ନିର୍ବାଚନମଣ୍ଡଳୀର ୨୯ ଓ ୪୦ ନମ୍ବର ବୁଥ୍, କେନ୍ଦ୍ରପଡ଼ା ଆଳିର ଏକମାଣିଆରେ ୨୨୫ ନମ୍ବର ବୁଥ୍, ଭଦ୍ରକ ଭଣ୍ଡାରୀପୋଖରୀର ମଙ୍ଗୁଳିଖୁଣ୍ଟିରେ ୭୧ ନମ୍ବର ବୁଥ୍, ଯାଜପୁର କୋରେଇର ବାହାଦଲାପୁର ବୁଥ୍ ୧୯୯, ବାରିପଦାର ୧୬ ନମ୍ବର ବୁଥ୍, ଜଗତସିଂହପୁର ପୌରପରିଷଦର ୧୦୨ ଓ ୧୦୩ ନଂ ବୁଥ୍, ବାଲେଶ୍ୱର ନୀଳଗିରିର ମହୁଲଗଡ଼ିଆା ୧୩୭ ନଂ ବୁଥ୍, ରେମୁଣାର ଚଷାଖଣ୍ଡ ବୁଥ୍ ୩୫ରେ, ଜଳେଶ୍ୱରର ନଟକଟା ବୁଥ୍ ୨୦୩ରେ, ସୋର ରାଇପୁରାର ବୁଥ୍ ୧୯୯, ରାଜନଗରର ୨୨୬, ୬୮ ନଂ ବୁଥ, କଟକ ସାଲେପୁରର ୧୦୧ ନଂ ବୁଥ୍, ମାହାଙ୍ଗାର ୨୧୩ ନମ୍ବର ବୁଥ୍, କୋରେଇର ଖାରଜବଟିରା ୬୭ ନମ୍ବର ବୁଥ୍, କେନ୍ଦ୍ରାପଡ଼ାର ବଗଡ଼ାର ୧୭୯ ନମ୍ବର ବୁଥ ଏବଂ ବାଲେଶ୍ୱର ନିର୍ବାଚନମଣ୍ଡଳୀର ୧୪୦ ନଂ ବୁଥରେ ଇଭିଏମ୍ ଅଚଳ ହୋଇଥିବାରୁ ଭୋଟିଂରେ ବିଳମ୍ବ ହୋଇଛି।

ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ୬ ଲୋକସଭା ସହ ୪୧ ବିଧାନସଭା ଆସନ ଲାଗି ମତଦାନ ହେଉଛି। ୬ଲୋକସଭା ଆସନ ଲାଗି ୫୨ଜଣ ପ୍ରାର୍ଥୀ ଓ ୪୧ ବିଧାନସଭା ଆସନ ଲାଗି ମଇଦାନରେ ୩୩୬ଜଣ ପ୍ରାର୍ଥୀ ଅଛନ୍ତି।

ଯାଜପୁର, କେନ୍ଦ୍ରାପଡ଼ା,ଜଗତସିଂହପୁର,ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଲୋକସଭା ଆସନ ଅଧୀନରେ ଆସୁଥିବା ବିଧାନସଭା ଲାଗି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ।

Comment