ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଓଡ଼ିଶା ସମେତ ୯ଟି ରାଜ୍ୟରେ ମତଦାନ ହେଉଛି। ୭୧ ଲୋକସଭା ଆସନ ଲାଗି ଭୋଟ ଦେଉଛନ୍ତି ୧୨କୋଟିରୁ ଅଧିକ ଭୋଟର।

ଚତୁର୍ଥ ପର୍ଯ୍ୟାୟ ମତଦାନ ସମୟରେ ସମସ୍ତଙ୍କ ନଜର ରହିଛି ମୁମ୍ବାଇ ଉପରେ। କେତୋଟି କାରଣ ପାଇଁ ମୁମ୍ବାଇ ଉପରେ ସମସ୍ତଙ୍କ ନଜର ରହିଛି। ଏଠାରେ ଆଜି ୧୭ ଲୋକସଭା ଆସନଲାଗି ଭୋଟିଂ ହେଉଛି। ଏହାସହିତ ମୁମ୍ବାଇରେ ପ୍ରାୟ ସବୁ ସେଲିବ୍ରେଟି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।

ସକାଳୁ ସକାଳୁ ପୋଲିଂ ବୁଥ ସାମ୍ନାରେ ଦେଖିବାକୁ ମିଳିଥିଲା ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ। ମା ମଧୁ ଚୋପ୍ରାଙ୍କ ସହ ଆସି ଭୋଟ ଦେଇଛନ୍ତି ପ୍ରିୟଙ୍କା। ପ୍ରିୟଙ୍କା ଭୋଟ ଦେଇସାରିବା ପରେ ଗଣମାଧ୍ୟମକୁ କାଳି ଲାଗିଥିବା ଆଙ୍ଗୁଳି ଦେଖାଇଛନ୍ତି।

ମୁମ୍ବାଇର ଭେରସୋଭା ବୁଥରେ ପ୍ରିୟଙ୍କା ଭୋଟ ଦେଇଛନ୍ତି। ଯଦି ଆପଣଙ୍କ ଅଞ୍ଚଳରେ ଆଜି ଭୋଟିଂ ହେଉଛି ତେବେ ମତଦାନ କେନ୍ଦ୍ରକୁ ଯାଆନ୍ତୁ ନିଜର ମତାଧିକାର ସାବ୍ୟସ୍ତ କରନ୍ତୁ। କାରଣ ଆପଣଙ୍କର ଗୋଟିଏ ଭୋଟ ଦେଶ ଗଠନରେ ସହାୟକ ହୋଇପାରେ।

Comment