ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଭଦ୍ରକ ଲୋକସଭା ଆସନ ଲାଗି ଚତୁର୍ଥ ପର୍ଯ୍ୟାୟ ମତଦାନ ହେଉଛି। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ମତଦାନ ବେଳେ ବାସୁଦେବପୁର ବିଧାନସଭାମଣ୍ଡଳୀରେ ଉତ୍ତେଜନା ଦେଖିବାକୁ ମିଳିଛି।

ବାସୁଦେବପୁରର ୮୬ ନମ୍ବର ବୁଥରେ ଉତ୍ତେଜନା ଦେଖିବାକୁ ମିଳିଛି। ଏପରିକି ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜୁଥିବା ଅଭିଯୋଗ ହୋଇଛି।

ମତଦାନ ଚାଲିଥିବା ବେଳେ ବିଜେଡିର ଜଣେ ସମର୍ଥକ ବୁଥ ଭିତରକୁ ବାରମ୍ବାର ଯାଉଥିବା ଅଭିଯୋଗ ହୋଇଥିଲା। ଏହାକୁ କଂଗ୍ରେସ କର୍ମୀ ପ୍ରତିବାଦ କରିବାରୁ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି। ଅଭିଯୋଗ ପରେ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି।

Comment