ଓଡ଼ିଶାଲାଇଭ ବ୍ୟୁରୋ

ମେ ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା। ଦୁଇଦିନ ଧରି ହେବାକୁ ଥିବା ଏହି ପରୀକ୍ଷାରେ ପ୍ରଥମ ଦିନରେ ପେନ ଏଣ୍ଡ ପେପର ବେସଡ ପରୀକ୍ଷା ଓ ଦ୍ଵିତୀୟ ଦିନରେ କମ୍ପୁଟର ବେସଡ ପରୀକ୍ଷା ଅନୁଷ୍ଠିତ ହେବ।

ପ୍ରଥମଥର ଲାଗି ପିଜି ପାଠ୍ୟକ୍ରମ ଲାଗି କମ୍ପୁଟର ବେସଡ ପରୀକ୍ଷା ହେବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପରୀକ୍ଷାକୁ ଆଉ ଅଳ୍ପଦିନ ବାକିଥିବାରୁ ଛାତ୍ରଛାତ୍ରୀମାନେ ଅନଲାଇନରେ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ। ଓଜେଇଇ ୱେବସାଇଟ୍ www.ojee.nic.inରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଆଡମିଟ୍‌କାର୍ଡ  ଡାଉନଲୋଡ କରିପାରିବେ।

ଯଦି କୌଣସି ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ନାହିଁ ତେବେ ସେମାନେ ଭୁବନେଶ୍ଵର ସ୍ଥିତ ଓଜେଇଇ ସେଲରେ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି।

ବିଟେକ ଲାଟେରାଲ ଏଣ୍ଟ୍ରି, ବି ଫାର୍ମା ଲାଟେରାଲ ଏଣ୍ଟି, ଏମ ଟେକ, ଏମସିଏ, ଏମ୍ ପ୍ଲାନ୍, ଏମବିଏ, ଲାଟେରାଲ ଏଣ୍ଟ୍ରି ଏମସିଏ ପରି ପାଠ୍ୟକ୍ରମରେ ନାମଲେଖା ପାଇଁ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ।

Comment