ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଗରିକତାକୁ ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ପ୍ରଶ୍ନ ଉପରେ ଭଉଣୀ ପ୍ରିୟଙ୍କା ଗାନ୍ଧି ଆଜି ପ୍ରତିକ୍ରିୟା ଦେଇଛନ୍ତି। ପ୍ରିୟଙ୍କା ଆଜି ଆମେଥିରେ ନିର୍ବାଚନ ପ୍ରଚାରରେ ଥିଲେ। ସେଠାରେ ସେ ଏହି ପ୍ରସଙ୍ଗରେ ଉତ୍ତର ଦେବାକୁ ଯାଇ କହିଛନ୍ତି କି ଏସବୁ ବକୱାସ ଅଟେ। ସମସ୍ତେ ଜାଣିଛନ୍ତି ରାହୁଲ ଗାନ୍ଧି ହିନ୍ଦୁସ୍ତାନୀ ବୋଲି।

ସେ କହିଛନ୍ତି, “ପୂରା ହିନ୍ଦୁସ୍ତାନ ଜାଣିଛି ରାହୁଲ ହିନ୍ଦୁସ୍ତାନୀ ବୋଲି । ଲୋକେ ଦେଖିଛନ୍ତି କି ରାହୁଲ ଏଠାରେ ହିଁ ଜନ୍ମ ହୋଇଛନ୍ତି।” ଏପରି କହି ପ୍ରିୟଙ୍କା ବିରୋଧୀଙ୍କୁ କଡ଼ା ଟିପ୍ପଣୀ କରିଛନ୍ତି।

ନିକଟରେ ଗୃହ ମନ୍ତ୍ରାଳୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ଏକ ନୋଟିସ କରିଛନ୍ତି ଓ ୧୫ଦିନ ଭିତରେ ରାହୁଲଙ୍କୁ ନାଗରିକତା ପ୍ରସଙ୍ଗରେ ଉତ୍ତର ମାଗିଛନ୍ତି। ଗୃହ ମନ୍ତ୍ରାଳୟଏହି ନୋଟିସ ବିଜେପି ନେତା ଓ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କ ଅଭିଯୋଗ ଆଧାରରେ କରିଛନ୍ତି। ଯାହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଯାଇଛି।

ଦେଶରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ସରିଛି। ବାକି ୩ଟି ପର୍ଯ୍ୟାୟ ନିର୍ବାଚନ ଲାଗି ସବୁଦଳ ଏବେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି। ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ମେ ୨୩ ବାହାରିବ ରେଜଲ୍ଟ।

LEAVE A REPLY

Please enter your comment!
Please enter your name here