ଓଡ଼ିଶାଲାଇଭ ବ୍ୟୁରୋ

ସାମୁଦ୍ରିକ ଝଡ଼ ‘ଫନି’ ମୁକାବିଲା ନେଇ ରାଜ୍ୟ ସରକାର ତତ୍ପର। ଏହା ଏବେ ଘଣ୍ଟାପ୍ରତି ୭କିମି ବେଗରେ ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବେ ଏହା ପୁରୀଠାରୁ ୭୧୦ ଓ ବିଶାଖପଟନମଠାରୁ ୪୧୦ କିମି ଦୂରରେ ରହିଛି। ଫନି ପ୍ରଭାବରେ ସାରା ରାଜ୍ୟରେ ୨ତାରିଖରୁ ବର୍ଷା ଆରମ୍ଭ ହେବ।

ସେପଟେ ରାଜ୍ୟ ମୁଖ୍ୟ ରିଲିଫ କମିଶନ ‘ଫନି’ ପାଇଁ ଆସନ୍ତାକାଲିଠାରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତି ଆଦେଶ ଯାଏଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ତେବେ ଏହି ସମୟରେ ହେବାକୁ ଥିବା ପରୀକ୍ଷା ଗୁଡ଼ିକୁ ଘୁଞ୍ଜାଇଦିଆଯାଇପାରେ ବୋଲି ସୂଚନା ମିଳିଛି।

ସେପଟେ ସମ୍ଭାବ୍ୟ ବାତ୍ୟା ଫନିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ଜୋରସୋର କରାଯାଇଛି। ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏନଡିଆରଏଫର , ଓଡ୍ରାଫ ,ଫାୟର ଷ୍ଟେସନ ୟୁନିଟ ସମେତ ସବୁ ଜିଲ୍ଲାର ଜିଲ୍ଲାପ୍ରଶାସନ ‘ଫନି’ ମୁକିବାଲା ଲାଗି  ସଜାଗ ଅଛନ୍ତି। ବନ୍ୟାଆଶ୍ରୟ ସ୍ଥଳ ଗୁଡିକୁ ପ୍ରସ୍ତୁତ ରଖାଯାଉଥିବା ଏସଆରସି ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ପ୍ରଭାବିତ ହେବାକୁ ଥିବା ଅଞ୍ଚଲରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଏସଆରସି କହିଛନ୍ତି।

Comment