ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ଖାଇବା ପରେ ହାକୁଟି ଆସିଥାଏ। ହାକୁଟି ହେବାକୁ ଅନେକ ଲୋକ ଖାଦ୍ୟ ଠିକ୍ ଭାବେ ହଜମ ହୋଇନଥିବାର ସଙ୍କେତ ଭାବେ ଗ୍ରହଣ କରିଥାନ୍ତି। କିନ୍ତୁ ବାରମ୍ବାର ହାକୁଟି ଦେଲେ ଏହା ବିଭିନ୍ନ ପ୍ରକାର ରୋଗ ବା ସମସ୍ୟାକୁ ସୂଚାଇଥାଏ।

ଶରୀରରେ ଥିବା ବାୟୁ ଖାଦ୍ୟ ନଳୀ ମଧ୍ୟକୁ ଆସିଗଲେ ବାରମ୍ବାର କମ୍ପନ ସୃଷ୍ଟି ହୋଇଥାଏ। ଏହା ମୁହଁ ଦେଇ ହାକୁଟି ରୂପରେ ବାହାରକୁ ଆସିଥାଏ । ତେବେ ବାରମ୍ବାର ହାକୁଟି ଦେଲେ ଏହା ଅଲସରର ଲକ୍ଷଣ ହୋଇଥାଏ। ଏଭଳି ସ୍ଥିତିରେ ଛାତିରେ ଜ୍ୱଳନ ସୃଷ୍ଟି ହୋଇଥାଏ।

କ୍ଷୁଦ୍ରାନ୍ତ୍ରରେ ବ୍ୟାକ୍ଟେରିଆ ବୃଦ୍ଧି ହେବା ଯୋଗୁ ଲଗାତର ହାକୁଟି ହେବାର ସମସ୍ୟା ବଢିଯାଏ। ଏଭଳିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

କିଛି ଲୋକ ଶୀଘ୍ର ଶୀଘ୍ର ଖାଦ୍ୟ ଖାଇଥାନ୍ତି ନ ହେଲେ ଖାଦ୍ୟର ବଡ଼ ବଡ଼ ଟୁକୁରାକୁ ଗିଳି ଦେଇଥାନ୍ତି । ଏହାର ସିଧା ପ୍ରଭାବ ପାଚନତନ୍ତ୍ର ଉପରେ ପଡ଼ିଥାଏ । ତେଣୁ ଏଭଳି ଅଭ୍ୟାସକୁ ପରିତ୍ୟାଗ କରନ୍ତୁ।

ଖାଇବା ସମୟରେ ଅଧିକ କଥାବାର୍ତ୍ତା କରିବା ଯୋଗୁ ମୁହଁ ବାଟ ଦେଇ ଅନେକ ସମୟରେ ବାୟୁ ଶରୀରକୁ ପ୍ରବେଶ କରିଥାଏ । ଏହାଯୋଗୁ ମଧ୍ୟ ହାକୁଟି ଆସିଥାଏ।

ଏଭଳିସ୍ଥଳରେ ମୁହଁ ବନ୍ଦ କରି ଖାଦ୍ୟ ଖାଆନ୍ତୁ ଏବଂ ଅଧିକ କଥାବାର୍ତ୍ତା କରନ୍ତୁ ନାହିଁ।

ଗ୍ୟାସ୍ ସୃଷ୍ଟି କରୁଥିବା ଖାଦ୍ୟ ଯେପରିକି ବନ୍ଧାକୋବି, ବ୍ରୋକୋଲି, ଫୁଲକୋବି, ସାଲାଡ୍, ପିଆଜ, ଚକୋଲେଟ୍କୁ ଡାଏଟ୍ରେ ଯଥାସମ୍ଭବ ଏଡ଼ାଇ ଚାଲନ୍ତୁ।

ପରିବାକୁ ରୋଷେଇ କରିବା ସମୟରେ ତେଲ ବଦଳରେ ବାମ୍ପରେ ରୋଷେଇ କରନ୍ତୁ। ଏହାଦ୍ୱାରା ପରିବାର ପ୍ରାକୃତିକ ଏନଜାଇମ୍ ସୁରକ୍ଷିତ ରହିବ ଏବଂ ହାକୁଟି ବି ହେବନାହିଁ।

Comment