ଓଡ଼ିଶାଲାଇଭ୍ ବ୍ୟୁରୋ

 

ସାମୁଦ୍ରିକ ଝଡ଼ ‘ଫନି’ ମୁକାବିଲା ନେଇ ରାଜ୍ୟ ସରକାର ତତ୍ପର। ଏହା ଏବେ ଘଣ୍ଟାପ୍ରତି ୧୦କିମି ବେଗରେ ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବେ ଏହା ପୁରୀଠାରୁ ୬୮୦ କିଲୋମିଟର ଦୂରରେ ରହିଛି।

ମେ’ ୩ରେ ‘ଫନି’ ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସାମୁଦ୍ରିକ ଝଡ଼ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଉଦୟଗିରିରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ସାମୁଦ୍ରିକ ଝଡ଼ ଫନିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅର୍ଥାତ୍ ମେ’ ୨ରେ ପୁରୀ ଛାଡ଼ିବାକୁ ପଯ୍ୟଟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ୨ରୁ ୪ ତାରିଖ ମଧ୍ୟରେ ‘ଫନି’ ଦ୍ୱାରା ପ୍ରଭାବିତ ଅଞ୍ଚଳ ମଧ୍ୟ ପର୍ଯ୍ୟଟକମାନଙ୍କୁ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

‘ଫନି’କୁ ନଜରରେ ରଖି ରାଜ୍ୟର ସମସ୍ତ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ଫନି ପାଇଁ ବିଭିନ୍ନ ଜିଲ୍ଲାରେ ଅରେଞ୍ଜ, ରେଡ୍, ୟେଲୋ ଓ୍ୱାର୍ଣ୍ଣଂ ଜାରି କରାଯାଇଛି।

Comment