ଓଡ଼ିଶାଲାଇଭ ବ୍ୟୁରୋ

‘୨ଟି osrtc ବସ୍‌ରେ କୋଲକାତା ପହଞ୍ଚିଲେ ବଙ୍ଗୀୟ ପର୍ଯ୍ୟଟକ’

ପାଣିପାଗ ବିଭାଗର ସୂଚନାନୁସାରେ ବାତ୍ୟା ‘ଫନି’ ଏବେ ପୁରୀଠାରୁ ମାତ୍ର ୪୨୦ କିମି ଦୂରରେ ଅଛି। ଯାହା ଆକଳନ କରାଯାଉଛି ଏହା ଚାନ୍ଦବାଲି – ଗୋପାଳପୁର ମଧ୍ୟରେ ପୁରୀ ପାଖାପାଖି ଲ୍ୟାଣ୍ଡଫଲ କରିବ। ଏଥିପାଇଁ ପର୍ଯ୍ୟଟକମାନଙ୍କୁ ପୁରୀ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି।

ଯାହା ସୂଚନା ମିଳିଛି ପ୍ରଶାସନ ତରଫରୁ ପୁରୀରୁ ପର୍ଯ୍ୟଟକ ଫେରିବା ଲାଗି ୩ଟି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ପୁରୀରୁ କୋଲାତା ଯିବ ସାଲିମାର ଏକ୍ସପ୍ରେସ। ଏହା ଆଜି ଅପରାହ୍ନ ୧୨ଟାରେ ପୁରୀ ଛାଡ଼ିସାରିଛି। ପୂରୀରୁ ହାୱାଡ଼ା ଯିବାକୁଥିବା ଟ୍ରେନ ଦିନ ୩ଟାରେ ପୁରୀଛାଡ଼ିବ। ତୃତୀୟ ସ୍ୱତନ୍ତ୍ର ଟ୍ରେନ ସଂଧ୍ୟା ୬ଟାରେ ପୂରୀ ଷ୍ଟେସନ ଛାଡ଼ିବ।

ସବୁ ଟ୍ରେନ ଖୋର୍ଦ୍ଧା, ଭୁବନେଶ୍ୱର,ଜଟ୍ଟଣୀ ଷ୍ଟେସନରେ ରହିବ।ସେହିପରି ଯାଜପୁର-କେନ୍ଦୁଝର ରୋଡ଼ , ଭଦ୍ରକ, ବାଲେଶ୍ୱର, ଖଡଗପୁରରେ ମଧ୍ୟ ସମସ୍ତ ଟ୍ରେନର ଷ୍ଟପେଜ ରହିବ। ଏହାସହିତ ୨ଟି osrtc ବସ୍‌ରେ କୋଲକାତା ଫେରିଛନ୍ତି କିଛି ପର୍ଯ୍ୟଟକ। ଅନ୍ୟପଟେ ଅଧିକ ଟ୍ରେନ ଓ ବସ୍ ଛାଡ଼ିବା ନେଇ ଦାବି କଲେ ମନ୍ତ୍ରୀ ମହେଶ୍ୱର ମହାନ୍ତି।

Comment