ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ‘ଫନି’ ପ୍ରକୋପରେ ପୁରୀ, ଖୋର୍ଦ୍ଧା, କଟକ ଏବଂ ଭୁବନେଶ୍ୱରରେ ବ୍ୟାପକ କ୍ଷତି ହୋଇଛିା ବଡ଼ ବଡ଼ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ବିଦ୍ୟୁ ସରବରାହ ବ୍ୟାହତ ହୋଇଛିା ଗତ ତିନି ଦିନ ହେଲା ରାଜଧାନୀ ଭୁବନେଶ୍ୱର ସମେତ କଟକ ଏବଂ ପୁରୀ ଅନ୍ଧାରରେ ରହିଛିା ଏପଟେ ବିଦ୍ୟୁତ ସରବରାହକୁ ସ୍ୱାଭାବିକ କରିବା ଲାଗି ବିଭିନ୍ନ ସ୍ଥାନରେ ଗ୍ରୀଡ୍ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଶକ୍ତି ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତିା

ହେମନ୍ତ ଶର୍ମା କହିଛନ୍ତି, ‘‘ଆଜି ରାତି ସୁଦ୍ଧା ଜରୁରୀକାଳୀନ ଅନୁଷ୍ଠାନକୁ ବିଦ୍ୟୁତ ଯୋଗାଣ ହେବା ହସ୍ପିଟାଲ, ରେଲଓ୍ୱେ, ଏୟାରପୋର୍ଟକୁ ଆଜି ବିଦ୍ୟୁତ ଯୋଗାଣ କରାଯିବା ସୋମବାର ସୁଦ୍ଧା ଉପଭୋକ୍ତାମାନଙ୍କୁ ବିଦ୍ୟୁ ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରହିଛିା ବାତ୍ୟା ଫନିରେ ୨୦୦ କୋଟି ଟଙ୍କାର କ୍ଷତି ହୋଇଛିା’’

ସେ ଆହୁରି କହିଛନ୍ତି ଯେ କଟକରେ ସମସ୍ତ ଗ୍ରୀଡ୍ ଆଜି ଚାର୍ଜ କରାଯାଇଛିା କଟକରେ ଖୁବଶୀଘ୍ର ବିଦ୍ୟୁତ ଯୋଗାଣ ହେବା ଭୁବନେଶ୍ୱରର ୪ଟି ଗ୍ରୀଡକୁ ଚାର୍ଜ କରାଯାଉଛିା କଟକ, ଭୁବନେଶ୍ୱରରେ ଗ୍ରୀଡ୍ ଚାର୍ଜ ହେବା ପରେ ପୁରୀରେ ଯୁଦ୍ଧବାଳୀନ ଭିତ୍ତିରେ କାମ ହେବା

Comment