ଓଡ଼ିଶାଲାଇଭ ବ୍ୟୁରୋ

ଉପକୂଳ ଓଡ଼ିଶାରେ ସାମୁଦ୍ରିକ ଝଡ଼ ‘ଫନି’ ୨୯ ଜୀବନ ନେଇଛି। ଏହା ଆଜି ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ କେବଳ ପୁରୀ ଜିଲ୍ଲାରେ ୨୧ ଜଣଙ୍କର ବାତ୍ୟାରେ ମୃତ୍ୟୁ ହୋଇଛି। ଅନ୍ୟ ପ୍ରଭାବିତ ଅଞ୍ଚଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି।

‘‘ଆମେ ବାତ୍ୟା ପ୍ରଭାବିତ ଅଞ୍ଚଳରୁ ତଥ୍ୟ ସଂଗ୍ରହ କରୁଛୁ। ବର୍ତ୍ତମାନ ସୁଦ୍ଧା ସବିଶେଷ ତଥ୍ୟ ହସ୍ତଗତ ହୋଇପାରି ନାହିଁ। ତଥ୍ୟ ଆସିବା ପରେ ହିଁ ବାତ୍ୟା ସମ୍ପର୍କରେ ଆମେ ସମ୍ପୂର୍ଣ୍ଣ ତଥ୍ୟ ଦେଇପାରିବୁ’’, କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

ବାତ୍ୟା ‘ଫନି’ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ଷତି କରିଛି। ହଜାର ହଜାର ଗଛ ଉପୁଡ଼ି ପଡ଼ିଥିବା ବେଳେ ଘର ମଧ୍ୟ ଭାଙ୍ଗି ଯାଇଛି। ବିଦ୍ୟୁତ ସେବା ଏବଂ ଟେଲିକମ୍ ସେବା ବନ୍ଦ ହୋଇଯାଇଛି। ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଛି।

Comment