ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀବାସୀଙ୍କ ପାଇଁ ଭରସା ପାଲଟିଛି ନଈ ପୋଖରୀ।

ବାତ୍ୟା ଫନିର ପ୍ରଭାବ ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କୁ କଲବଲ କରୁଥିବା ବେଳେ ପାଣିପାଇଁ ସବୁଠୁ ହାହାକାରା ପରିସ୍ଥିତି ସୃଷ୍ଟିକରିଛି।

ଟ୍ୟାଙ୍କର ମାଧ୍ୟରେ ବିଏମ୍‌ସି କିଛି ଅଞ୍ଚଳରେ ପାଣି ଯୋଗାଉଥିବା ବେଳେ ତାହା ଲୋକଙ୍କ ଶୋଷ ମେଣ୍ଟାଇ ପାରୁନାହିଁ। କେବଳି ପିଇବା ଲାଗି ନୁହଁ ପ୍ରତିଟି କ୍ଷେତ୍ରରେ ପାଣିର ଆବଶ୍ୟକତା ପଡ଼ିଥାଏ।

ବିଶେଷକରି ଗାଧୋଇବା ଓ ଶୌଚପାଇଁ ଲୋକେ ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଳରେ କୌଣସି ଉପାୟ ନପାଇ ନଇ,ପୋଖରୀ ଉପରେ ନର୍ଭର କରୁଛନ୍ତି ରାଜଧାନୀବାସୀ।

ସକାଳ ହେଲେ ବିନ୍ଦୁସାଗରଠୁ ଆରମ୍ଭ କରି ସବୁ ପୋଖରୀ ପାଖରେ ଲୋକଙ୍କ ଗହଳି। ମହିଳା, ଝିଅ ପିଲାଙ୍କଠୁ ଆରମ୍ଭ କରି ସବୁ ବର୍ଗର ଲୋକେ ପାଣି ପାଇଁ ଏହା ଉପରେ ନିର୍ଭର କରୁଛନ୍ତି।

ଏ ହେଉଛି ବିନ୍ଦୁସାଗରର ଦୃଶ୍ୟ, ଯେଉଁଠି ମହିଳାଙ୍କଠୁ ଆରମ୍ଭ କରି ଝିଅ, ଛୋଟପିଲା ସବୁବର୍ଗର ଲୋକଙ୍କୁ ଦେଖିବାକୁ ମିଳିଛି। ସେଠାକୁ ଗୋଧଇବାଲାଗି ଆସିଥିବା ଜଣେ ବ୍ୟବସାୟୀ ସୁବୋଧ ସାହୁଙ୍କ କହିବାକଥା ଆମ ଘରକୁ ସପ୍ଲାଇ ପାଣି ଆସୁଥିଲା ମାତ୍ର ବାତ୍ୟାରେ ଟାଙ୍କି ଉଡ଼ିଯିବା ପରେ ଘରକୁ ୪ ଦିନ ହେବ ପାଣି ଆସୁନାହିଁ। ସେବେଠୁ ଆମ ପୂରା ପରିବାର ବିନ୍ଦୁସାଗର ଉପରେ ନିର୍ଭର କରୁଛୁ।

କେବଳ ବିନ୍ଦୁସାଗର ନୁହଁ। କୁଶଭଦ୍ରା ନଦୀର ଦୃଶ୍ୟ। ଯେଉଁଠି ବହୁ ସଂଖ୍ୟାର ଲୋକେ ନଦୀରେ ଗାଧୋଉଛନ୍ତି। ‘‘ପାଣିତ ଆସୁନି, କରେଣ୍ଟ ବି ନାହିଁ। ଟ୍ୟାଙ୍କର ମାଧ୍ୟମରେ ଯେଉଁ ପାଣି ଆସୁଛି ତାହା ପିଇବା ଲାଗି ନିଅଣ୍ଟ ହେଉଛି। ଏହାପରେ ଆମ ଲାଗି ଏକମାତ୍ର ଭରସା ପାଲଟିଛି ଏହି ନଦୀ। ଏହି ନଦୀପାଣି ହିଁ ଆମ ପାଇଁ ଏକମାତ୍ର ବିକଳ୍ପ।’’ ଟଙ୍କପାଣି ରୋଡ୍‌ର ସ୍ଥାୟୀ ବାସିନ୍ଦା ସନାତନ ବେହୁରିଆ ଏହା କହିଛନ୍ତି।

ତେବେ କେବେ ରାଜଧାନୀରେ ପାଣି ସମସ୍ୟା ଦୂର ହେବ ଲୋକେ ପୂର୍ବପରି ସେମାନଙ୍କର ଜୀବନଯାପନ କରିବେ ତାହାକୁ ହିଁ ଅପେକ୍ଷା କରିଛନ୍ତି ସମସ୍ତେ।

Comment