ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଫନି’ରେ ପୁରୀ ସହରରେ ବ୍ୟାପକ କ୍ଷତି ହୋଇଛି। ତେବେ ଏଥିରୁ ବାଦ୍ ପଡ଼ି ନଥିଲା ଶ୍ରୀମନ୍ଦିର। ବାତ୍ୟା ଫନିରେ ଶ୍ରୀମନ୍ଦିରର ବ୍ୟାପକ କ୍ଷତି ହୋଇଛି। ପ୍ରାୟ ୫ କୋଟି ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ତେବେ ଶ୍ରୀମନ୍ଦିରର ପୁନରୁଦ୍ଧାର ପାଇଁ ଇଣ୍ଡିଆନ ଅଏଲ ସହାୟତାର ହାତ ବଢ଼ାଇଛି। ଶ୍ରୀମନ୍ଦିର ପାଇଁ ଇଣ୍ଡିଆନ ଅଏଲ ୫ କୋଟି ଟଙ୍କା ଦେଇଥିବା କମ୍ପାନି ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି।

ଗତ ୩ ତାରିଖରେ ହୋଇଥିବା ବାତ୍ୟାରେ ଜୟ ବିଜୟଙ୍କ ମୂର୍ତ୍ତି ଭାଙ୍ଗି ଯାଇଥିବା ବେଳେ କଳ୍ପବଟ୍ଟ ମଧ୍ୟ ଭାଙ୍ଗିଥିଲା। ଆନନ୍ଦ ବଜାରରେ ଥିବା କିଛି ଗଛ ଉପୁଡ଼ି ପଡ଼ିଥିଲା। ଶ୍ରୀମନ୍ଦିର ଭିତରେ ଥିବା ବ୍ୟାରିକେଡ୍ ମଧ୍ୟ ଭାଙ୍ଗି ଯାଇଥିଲା।

Comment