ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଫନି ପରେ ରାଜଧାନୀ ଭୁବନେଶ୍ୱରରେ ପ୍ରମୁଖ ସମସ୍ୟା ସାଜିଛି ମୋବାଇଲ ନେଟଓ୍ୱର୍କ। ନେଟଓ୍ୱର୍କ ଟିକେ ପାଇଁ ଏଣେତେଣେ ଘୁରି ବୁଲୁଛନ୍ତି ଲୋକେ।

ଏହି ସମସ୍ୟାକୁ ଆଖି ଆଗରେ ରଖି ଏକାଠି ହୋଇଛନ୍ତି ବିଏସଏନଏଲ, ଏୟାରଟେଲ, ଭୋଡାଫୋନ, ଆଇଡିଆ ଏବଂ ଜିଓ ନେଟଓ୍ୱର୍କ।

ଆପଣଙ୍କ ମୋବାଇଲରେ ଯେକୌଣସି ସିମ ପଡ଼ିଥିଲେ ମଧ୍ୟ ଅନ୍ୟ କମ୍ପାନୀର ନେଟଓ୍ୱର୍କ ସହ ଯୋଡ଼ି ହୋଇ ଆପଣ ଫୋନ କଲ୍ ଓ ଇଣ୍ଟରନେଟର ସୁବିଧା ପାଇ ପାରିବେ। ଏନେଇ ଭୁବନୟନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ବିଏସଏନଏଲ ପକ୍ଷରୁ ସୂଚନା ଦିଆଯାଇଛି।

କେମିତି ଅଲଗା ନେଟଓ୍ୱର୍କରୁ ପାଇବେ ସୁବିଧା?

  1. ପ୍ରଥମେ ଆପଣ ଆପଣଙ୍କ ମୋବାଇଲ ସେଟିଂ ଅପସନକୁ ଯିବେ।
  2. ଏହାପରେ ମୋବଇଲ ନେଟଓ୍ୱର୍କ ସଚିଂରେ କ୍ଲିକ କରନ୍ତୁ।
  3. ତା’ପରେ ମାନୁଆଲ ସେଟିଂ ସିଲେକ୍ଟ କରି ଡାଟା ରୋମିଂ ଫର ଇଣ୍ଟରନେଟ ଆକ୍ଟିଭେଟ କରନ୍ତୁ।

    ଏହାପରେ ଆପଣ ଏହାର ସୁବଧା ପାଇ ପରିବେ।

 

Comment