ଓଡ଼ିଶାଲାଇଭ ବ୍ୟୁରୋ

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବାତ୍ୟା ଫନି ପରବର୍ତ୍ତି ସ୍ଥିତିର ସମୀକ୍ଷା କରିଛନ୍ତି। ସ୍ଥିତି ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି। “୧୨ତାରିଖ ସୁଦ୍ଧା ପୁରୀ ବଡ଼ଦାଣ୍ଡକୁ ବିଦ୍ୟୁତ ସଂଯୋଗ ଦିଆଯିବ। ୧୫ ପରେ ପୁରୀ ଓ କୋଣାର୍କରେ ବ୍ୟାଙ୍କସେବା ଲୋକମାନଙ୍କୁ ଯୋଗାଇ ଦିଆଯିବ। ବ୍ୟାଙ୍କ ଓ ଇଣ୍ଟରନେଟ ସୁବିଧା ନଥିଲେ ବି ବ୍ୟାଙ୍କସେବା ଚାଲୁ ରଖିବାକୁ ନିର୍ଦ୍ଦେଶ ରହିଛି।”

ସେହିପରି ୧୦ ତାରିଖ ସୁଦ୍ଧା ଭୁବନେଶ୍ୱରରେ ୧୦ ପ୍ରତିଶତ ବିଦ୍ୟୁତ ସଂଯୋଗ ଓ ୧୨ ତାରିଖ ସୁଦ୍ଧା ୧୦୦ ପ୍ରତିଶତ ବିଦ୍ୟୁତ ସଂଯୋଗ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

ସେପଟେ ଏନଡିଆରଏଫ ଓ ଓଡ୍ରାଫ ଟିମ୍ ବି କାମରେ ନିୟୋଜିତ ଅଛନ୍ତି। ରାଜଧାନୀରେ ୫୦୦ ବରିଷ୍ଠ କର୍ମଚାରୀ ବିଦ୍ୟୁତ୍ ସଂଯୋଗର ତଦାରଖ କରୁଛନ୍ତି। ପୁନରୁଦ୍ଧାର କାମରେ ଦିନରାତି ଲାଗିଛନ୍ତି କର୍ମଚାରୀ। ଅନେକ ସ୍ଥାନରେ ପିଇବା ପାଣିର ସମସ୍ୟା ପ୍ରାୟତଃ ଦୂରକରାଯାଇଥିବା ସୂଚନା ମିଳିଛି।

Comment