ଓଡ଼ିଶାଲାଇଭ ବ୍ୟୁରୋ
ମେ’ ୩ରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟାରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ଫନି ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସୁଥିବା ଜଣାପଡ଼ିଛି।
ମେ’ ୧୨ରୁ ୧୫ ତାରିଖ ଯାଏଁ ଏହି ଟିମ୍ ଓଡ଼ିଶାରେ ରହିବ। ଏହି ସମୟ ମଧ୍ୟରେ କେନ୍ଦ୍ରୀୟ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ପରିଦର୍ଶନ କରିବ।
ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏସଆରସିଙ୍କୁ ଜଣାଇଛନ୍ତି। ରବିବାର ସନ୍ଧ୍ୟାରେ ଟିମ୍ ଓଡ଼ିଶାରେ ପହଞ୍ଚିବ।
















