ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେଠାରୁ ଅସହ୍ୟ ହେଲାଣି ତାତି। ଫେବ୍ରୁଆରି ମାସରୁ ତାପମାତ୍ରା ୩୭ ଡିଗ୍ରୀ ପାର କରିଥିବାରୁ ଆଗକୁ ଏହା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ହିଟ ଓ୍ଵେଭର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର (ଏସଆରସି) ସତ୍ୟବ୍ରତ ସାହୁ।

ହିଟ ଓ୍ଵେଭ୍‌ରୁ ବର୍ତ୍ତିବା ପାଇଁ ଜନସଚେତନତା କାର୍ଯ୍ୟ କରିବାକୁ ଏସଆରସି ପରାମର୍ଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହ ସମୟରେ ଜନସାଧାରଣ କିପରି ସାବଧାନତା ଅବଲମ୍ବନ କରିବେ ସେ ସମ୍ପର୍କରେ ସେମାନଙ୍କୁ ସଚେତନ କରିବାକୁ କୁହାଯାଇଛି। ଏହା ସହ ଜିଲ୍ଲାଗୁଡ଼ିକରେ ରହିଥିବା ପାଣି ସମସ୍ୟାର ସମାଧାନ ଉପରେ ବିଶେଷ ଧ୍ୟାନ ଦେବାକୁ ଏସଆରସି ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ଵରରେ ସର୍ବାଧିକ ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ସହ ଟିଟିଲାଗଡ଼ ଓ ଭବାନୀପାଟଣାର ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ ହୋଇଛି। ରାଜ୍ୟର ୧୨ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ରେକର୍ଡ କରାଯାଇଛି।

Tags: #Weather #WeatherUpdate #HeatWave #Odisha #SRC

LEAVE A REPLY

Please enter your comment!
Please enter your name here