ଓଡ଼ିଶାଲାଇଭ ବ୍ୟୁରୋ

ସାମୁଦ୍ରିକ ଝଡ଼ ଫନିପରେ ଯେମିତି ରାଜଧାନୀର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଛି। ଯେଉଁଠି ଦେଖିବେ ସବୁଠି ଅଳିଆ ଓ ଆବର୍ଜନା। ତେବେ ପୂରା ରାଜଧାନୀରୁ କେମିତି ଯୁଦ୍ଧାକାଳୀନ ଭିତ୍ତିରେ ଅଳିଆ ଆବର୍ଜନା ସଫାକରାଯିବ ତାହା ବିଏମସି ଲାଗି ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଅନ୍ୟପଟେ ଫନି ପରଠୁ ବିଏମସିର ସମସ୍ତ କର୍ମଚାରୀ ସଫେଇ କାମରେ ଲାଗିଛନ୍ତି।

ଏବେ ଯାଏଁ ମୁଖ୍ୟରାସ୍ତା ଓ ଗଳିରାସ୍ତାରୁ ପାଖାପାଖି ୬୦ ପ୍ରତିଶତରୁ ଅଧିକ ଗଛ କଟା ସରିଥିବା ବେଳେ ଅଳିଆ ଆବର୍ଜନା ହଟିପାରୁନି। ତେବେ କେମିତି ଶୀଘ୍ର ସଫେଇ କାମକୁ ତ୍ୱାରିନିତ କରାଯାଇପାରିବ ସେଥିନିମନ୍ତେ ବିଏମ୍‌ସି ସ୍କାଉଟ, ଗାଇଡ଼, ଏନ୍‌ଏସ୍‌ଏସ୍‌ ପିଲାଙ୍କ ସହଯୋଗ ଲୋଡ଼ିବାକୁ ସ୍ଥିର କରିଛି।

ଏଥିନିମନ୍ତେ ଭୁବନେଶ୍ୱର ସହିତ ଆଖପାଖ ଜିଲ୍ଲାର ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଏହି ସଫେଇ ଅଭିଯାନ ସାମିଲ କରିବ ବିଏମ୍‌ସି। ଏଥିପାଇଁ ସେସବୁ ଅନୁଷ୍ଠାନ ମୁଖ୍ୟଙ୍କୁ ଏନେଇ ଚିଠି ଲେଖାଯିବ। ଛାତ୍ରଛାତ୍ରୀମାନେ ବିଭିନ୍ନ ୱାର୍ଡକୁ ଯାଇ ସଫେଇ କରିବେ। ଏନେଇ ଏକ ସମୀକ୍ଷା ବୈଠକ ବସିଥିଲା।

ସହରରୁ ପ୍ରତିଦିନ ଗାଡ଼ିଗାଡ଼ି ଅଳିଆ ଅଣାଯାଇ ସୈନିକ ସ୍କୁଲ ଟିଟିଏସ୍‌ରେ ଗଦା କରାଯାଉଛି। ସେଠାରେ ପାହାଡ ପରିଗଦା ହେଲାଣି ଅଳିଆ। ଯାହାକୁ ନେଇ ବିଏମସି ଚିନ୍ତାରେ ପଡ଼ିଯାଇଛି। ଯିଦି ସବୁ ଅଳିଆକୁ ଡମ୍ପିଂୟାର୍ଡରେ ରଖାଯାଏ ତେବେ ଗାଡି ଯିବାଆସିବାରେ ସମୟ ନଷ୍ଟହେବ। ସେଥିପାଇଁ ବିଏମସି ପ୍ରତି ୱାର୍ଡରେ ଥିବାଖାଲି ସ୍ଥାନରେ ଡାଳପତ୍ର ଓ ଅଳିଆ ଆଣି ପ୍ରଥମେ ଗଦା କରୁଛି ତାପରେ ସେଠାରୁ ଅଳିଆକୁ ଡମ୍ପିଂୟାର୍ଡରେ ଜମା କରାଯିବ। ତେବେ ବିଏମସି ଆଗରେ ଥିବା ଚ୍ୟାଲେଞ୍ଜ କେତେଦୂର ପୂରାହେଉଛି ତାହା ଦେଖିବାର କଥା।

Comment