ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ମାତ୍ର କିଛି ମିନିଟ ମଧ୍ୟରେ ଆରମ୍ଭ ହେବ ଚଳିତବର୍ଷ ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣର ଫାଇନାଲ ମୁକାବିଲା। ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବା କଡ଼ା ଟକ୍କର। ତେବେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଟିମ୍‌ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି।

ଆଜିର ହାଇଭୋଲ୍ଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତି ମ୍ୟାଚ୍‌ ମଧ୍ୟ ଜିତିବା ଲକ୍ଷ ନେଇ ଖେଳିବ ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇକୁ ଟକ୍କର ଦେବାକୁ ଯାଇ ଚେନ୍ନାଇ ମଧ୍ୟ ଦରଦାର ପ୍ରଦର୍ଶନ କରି ଜିତିବା ଲକ୍ଷ ନେଇ ଖେଳିବ। ତେବେ ଆଜିର ମ୍ୟାଚ୍‌ରେ ଯେଉଁ ଟିମ୍‌ ଜିତିବ, ସେହି ଟିମ୍‌ ନୂଆ ଇତିହାସ ଲେଖିବ।

ଫାଇନାଲ ମ୍ୟାଚ୍‌ ଦେଖିବା ପାଇଁ ହାଇଦ୍ରବାଦର ରାଜୀବ ଗାନ୍ଧି ଷ୍ଟାଡିୟମରେ ଦର୍ଶକଙ୍କ ଖଚାଖଚ୍‌ ଭିଡ଼। ଆଉ ମାତ୍ର କିଛି ସମୟ ଭିତରେ ଆରମ୍ଭ ହେବ ଚଳିତ ଆଇପିଏଲ୍‌ର ମହା ଲଢ଼େଇ। ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସୁପର ସେଣ୍ଡେ’ରେ ହେବ ସୁପର ଫାଇଟ।

Comment