ଓଡ଼ିଶାଲାଇଭ୍ ବ୍ୟୁରୋ

ଫନିର ତାଣ୍ଡବରେ ସମ୍ପୂର୍ଣ୍ଣ ପୁରୀ ଧ୍ୱସ୍ତବିଧ୍ୱସ୍ତ ହୋଇଛି। ସମସ୍ତ ଗଛ ଭାଙ୍ଗି ପଡ଼ି ରାସ୍ତା, ଘର ଓ ରେଳ ଟ୍ରାକ୍ ଉପରେ ପଡ଼ି ଏକପ୍ରକାର ଯାତାୟାତ ବାଧାପ୍ରାପ୍ତ ହୋଇଯାଇଥିଲା। ଫନିର ପୂର୍ବ ଦିନ ଏବଂ ସପ୍ତାହ ପର ଯାଏଁ ପୁରୀରେ ସମସ୍ତ ଟ୍ରେନ୍ ଚଳାଚଳକୁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ଏବେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ରହିଛି। ୧୦ ଦିନ ପରେ ପୁରୀରୁ ସମସ୍ତ ରେଳ ଚଳାଚଳ ସ୍ୱାଭାବିକ ହୋଇଛି।

ସମସ୍ତ ଏକ୍ସପ୍ରେସ୍, ପାସେଞ୍ଜର ଏବଂ ମେମୁ ଟ୍ରେନ୍ ଚଳାଚଳ ହୋଇଛି।

ଦୀର୍ଘ ୧୦ ଦିନ ଯାଏଁ ଟ୍ରେନ୍ ସେବା ପ୍ରଭାବିତ ହେବା ପରେ ପୁଣି ଥରେ ଏହା ଆରମ୍ଭ ହୋଇ ଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here