ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲୁଖଣ୍ଡ ଅଭୟାରଣ୍ୟରେ ଉଡ଼ିଲା ଡ୍ରୋନ କ୍ୟାମେରା।

ଧ୍ୱସ୍ତ ବିଧ୍ୱସ୍ତ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଉଡ଼ିଲା ଡ୍ରୋନ କ୍ୟାମେରା। ଠାବ ହେଲା ହରିଣ। କିଛି ଚିତ୍ରା ହରିଣ ବିଚରଣ କରୁଥିବା ଦେଖିବାକୁ ମିଳିଛି ଏହି ଡ୍ରୋନ କ୍ୟାମେରାରେ। ଫଳରେ ବନ ବିଭାଗ ଆଶ୍ୱସ୍ତ ହୋଇଛି।

ଗତ ୩ ତାରିଖରେ ବାତ୍ୟା ଫନି ପୁରୀ ନିକଟରେ ସ୍ଥଳଭାଗ ଛୁଇଁବା ପରେ ଛାରଖାର ହୋଇଯାଇଥିଲା ବାଲୁଖଣ୍ଡ ଅଭୟାରଣ୍ୟ। ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ଅଭୟାରଣ୍ୟ ଭିତର ମରୁଭୂମି ପାଲଟି ଯାଇଥିଲା।

ତେବେ ଏହି ଅଭୟାରଣ୍ୟରେ ଥିବା ଚିତ୍ରା ହରିଣଙ୍କ ପତ୍ତା ମିଳି ନଥିଲା। ହରିଣ କୁଆଡ଼େ ଗଲେ ତାକୁ ନେଇ ବନ ବିଭାଗ ତନାଘନା କଲା। ହେଲେ ହରିଣଙ୍କୁ ଠାବ କରିପାରିଲେନି। ଶେଷରେ ଆଜି ଅଭୟାରଣ୍ୟ ଉପରେ ବନ ବିଭାଗ ଉଡ଼ାଇଥିଲା ଡ୍ରୋନ କ୍ୟାମେରା। ହରିଣମାନେ ଦଳ ଦଳ ହୋଇ ବାଲୁଖଣ୍ଡ ଅଭୟାରଣ୍ୟକୁ ଫେରି ଆସୁଥିବା ଜଣାପଡ଼ିଛି।

ତେବେ ଏହି ଅଭୟାରଣ୍ୟରେ ଥିବା ୪ ହଜାର ହରିଣ ସୁରକ୍ଷିତ ଅଛନ୍ତି କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment