ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାର୨୦୧୯ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଲାଗି ଭୋଟ ଗ୍ରହଣ ହେବ। ମେ’ ୨୩ରେ ଫଳାଫଳ ଆସିବା ନୂଆ ସରକାର ଗଠନ ହେବା ପୂର୍ବରୁ ବିରୋଧୀ ଦଳ ଏକାଠି ହେଉଛନ୍ତିା

ଏହି ମଧ୍ୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା (ଟିଡିପି) ତେଲୁଗୁ ଦେଶମ ପାର୍ଟି ଚନ୍ଦ୍ରବାବୁ ନାଇଡୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତିା ଦିଲ୍ଲୀସ୍ଥିତ ରାହୁଲଙ୍କ ବାସଭବନରେ ନାଇଡୁ ତାଙ୍କୁ ଭେଟିଛନ୍ତିା

ଏହି ସାକ୍ଷାତକାରରେ ନିର୍ବାଚନ ଫଳ ପରେ କଂଗ୍ରେସ ଓ ଟିଡିପି ମେଣ୍ଟ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇପାରେ।

ରାହୁଲଙ୍କୁ ଭେଟିବା ପରେ ନାଇଡୁ ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଓ ବିଏସପି ମୁଖ୍ୟ ମାୟାବତୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛିା

ଅନ୍ୟପକ୍ଷରେ ତଥାକଥିତ ମୋଦି ବିରୋଧୀ ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବାକୁ ଯାଉଛନ୍ତି। ମୋଦି ବିରୋଧୀଙ୍କୁ ଏକାଠି କରିବାର ନେତୃତ୍ୱ ନେଇଛନ୍ତି ଉପା ଅଧ୍ୟକ୍ଷା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି। ଏନେଇ ସୋନିଆ ମେ’ ୨୩ରେ ନୂଆଦିଲ୍ଲୀରେ ଏକ ବୈଠକ ଡାକିଛନ୍ତି।

LEAVE A REPLY

Please enter your comment!
Please enter your name here