ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆସନ୍ତାକାଲି ଶେଷ ପର୍ଯ୍ୟାୟ ଭୋଟିଂ। ୮ ରାଜ୍ୟରେ ୫୯ ଆସନ ଲାଗି ହେବ ମତଦାନ। ତେବେ ସାରାଦେଶରେ ଏହି ୫୯ ଆସନ ଲାଗି ମୈଦାନରେ ଅଛନ୍ତି ୯୧୮ଜଣ ପ୍ରାର୍ଥୀ। ଏଡିଆର ରିପୋର୍ଟ ଅନୁସାରେ ସେମାନଙ୍କ ମଧ୍ୟରୁ ୨୭୮ ଜଣ ପ୍ରାର୍ଥୀ ହେଉଛନ୍ତି କୋଟିପତି।

ଏହି ରିପୋର୍ଟରେ ସବୁଠୁ ଅଧିକ ଚର୍ଚ୍ଚିତ କଥା ଏହା ହେଉଛି କି ଏହି ପର୍ଯ୍ୟାୟରେ ସବୁଠୁ ଅଧିକ ଧନୀ ହେଉଛନ୍ତି ଜଣେ ସ୍ଵାଧୀନ ପ୍ରାର୍ଥୀ। ତାଙ୍କ ନାଁ ହେଉଛି ରମେଶ କୁମାର ଶର୍ମା। ରମେଶ ବିହାରର ପାଟଳିପୁତ୍ର ଆସନରୁ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କ ପାଖରେ ୧୧୦୭ କୋଟି ଟଙ୍କାର ସମ୍ପତ୍ତି ଅଛି। ଏହା ସହିତ ସେ ଏକମାତ୍ର ପ୍ରାର୍ଥୀ ଯାହାଙ୍କ ପାଖରେ ୧ ହଜାର କୋଟିରୁ ଅଧିକ ସମ୍ପତ୍ତି ଅଛି।

ଏହି ତାଲିକାରେ ଦ୍ୱିତୀୟରେ ଅଛନ୍ତି ଶିରୋମଣି ଅକାଳି ଦଳର ମୁଖ୍ୟ ସୁଖବିର ସିଂ ବାଦଲ ଓ ତାଙ୍କ ପତ୍ନୀ ଅଛନ୍ତି ସେମାନଙ୍କ ପାଖରେ ୨୧୭ କୋଟି ଟଙ୍କାର ସମ୍ପତ୍ତି ଅଛି।

ତୃତୀୟ ତାଲିକାରେ ଶତ୍ରୁଘ୍ନ ସିହ୍ନା ଅଛନ୍ତି ତାଙ୍କ ପାଖରେ ୧୯୩ କୋଟି ଟଙ୍କାର ସମ୍ପତ୍ତି ଅଛି।  ଆନନ୍ଦପୁର ସାହିବ ଆସନରୁ ଲଢ଼ୁଥିବା ବିକ୍ରମ ସିଂହଙ୍କ ପାଖରେ ୧୪୦ ଟଙ୍କାର ସମ୍ପତ୍ତି ଅଛି।

ଶେଷ ପର୍ଯ୍ୟାୟ ଲାଗି ଶୁକ୍ରବାର ସନ୍ଧ୍ୟାରୁ ପ୍ରଚାର ସରିଛି। ଆସନ୍ତାକାଲି ସବୁ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା ଜନାର୍ଦ୍ଦନ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment