ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଆଜି ଦେଶରେ ଶେଷ ପର୍ଯ୍ୟାୟ ଲାଗି ଭୋଟିଂ ହେଉଛି। ୭ରାଜ୍ୟରେ ୫୯ ଆସନ ଲାଗି ଭୋଟିଂ ଚାଲିଛି। ଏପଟେ ଆମ ରାଜ୍ୟରେ ବି୧୦ଟି ଜିଲ୍ଲାର ୩୪ଟି ବୁଥରେ ସାନି ମତଦାନ ହେଉଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଥିଲା।
ଗତ ଏପ୍ରିଲ ୨୩ ଏବଂ ୨୯ରେ ହୋଇଥିବା ମତଦାନ ବେଳେ ଏହି ୩୪ଟି ବୁଥରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଥିଲା।
ଦେବଗଡ଼, ଅନୁଗୁଳ, କଟକ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ ସାନି ମତଦାନ ହେଉଛି। ଯେଉଁସବୁ ବୁଥରେ ସାନି ମତଦାନ ହେବ ସେଠି ପ୍ରସ୍ତୁତି ଆରମ୍ଭ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।
ସାନି ମତଦାନ ସମୟରେ ଅନେକ ବୁଥରେ ଭୋଟରଙ୍କ ଭିଡ଼ ଦେଖିବାକୁ ମିଳିଛି। ଯେଉଁ ବୁଥରେ କମ୍ ସଂଖ୍ୟକ ଭୋଟର ଆସିଛନ୍ତି ସେସବୁ କେନ୍ଦ୍ରରେ ସନ୍ଧ୍ୟାସୁଦ୍ଧା ମତଦାନ ଅଧିକ ହେବ ବୋଲି କୁହାଯାଇଛି।
ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।


















