ଓଡ଼ିଶାଲାଇଭ୍‌ ହେଲ୍‌ଥ ବ୍ୟୁରୋ

ମଧୁମେହରେ ପୀଡ଼ିତ ଥିଲେ ଖରା ଦିନରେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ।

ମଧୁମେହ ରୋଗୀଙ୍କ ପାଇଁ ଖରାଦିନେ ସାବଧାନ ରହିବାର ବହୁ ଆବଶ୍ୟକତା ରହିଛି। ପ୍ରଚଣ୍ଡ ତାତି ଅନୁଭବ କରୁଥିଲେ ମଧ୍ୟ ଚିନିଯୁକ୍ତ ପାଣି, କୋଲ୍ଡଡ୍ରିଙ୍କ୍ସ ପିଇବାକୁ ଏଡ଼ାଇ ଯାଆନ୍ତୁ। ତା’ ବଦଳରେ ପଇଡ଼ ପାଣି ପିଅନ୍ତୁ ।

ଭୋକ ଲାଗୁଥିଲେ କେବେହେଲେ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ। ବାରମ୍ବାର ଖାଆନ୍ତୁ। ନହେଲେ ବଦହଜମି ହେବାର ଆଶଙ୍କା ରହିଛି।

ତେଲଛଣା ଜିନିଷକୁ ଯଥାସମ୍ଭବ ମନା କରନ୍ତୁ। ଦେହ ଶୁଷ୍କ ଲାଗୁଥିଲେ ଅମୃତଭଣ୍ଡା, କଦଳୀ, ଅଙ୍ଗୁର ଭଳି ଫଳ ଖାଇପାରିବେ। ତେବେ ତାର ନିର୍ଦ୍ଦିଷ୍ଟ ପରିମାଣ ସ୍ଥିର କରନ୍ତୁ। ନହେଲେ ଶରୀରରେ ଶର୍କରାର ସ୍ତର ବଢିଯିବ।

ଖାଇବା ଓ ଶୋଇବା ମଧ୍ୟୟରେ ଅତି କମ୍‌ରେ ୨ ଘଣ୍ଟାର ବ୍ୟବଧାନ ରଖନ୍ତୁ। ଏପରି ନ କଲେ ଖାଦ୍ୟ ଭଲ ଭାବେ ହଜମ ହେବନାହିଁ।

ଆବଶ୍ୟକ ନଥିଲେ ଖରାଦିନେ ଉପବାସ ରୁହନ୍ତୁ ନାହିଁ। ତରଭୁଜ, କାକୁଡ଼ି ଭଳି ଫଳକୁ ଖାଆନ୍ତୁ।

ରକ୍ତ ଶର୍କରାକୁ ନିୟମିତ ଭାବେ ଚେକ୍ କରନ୍ତୁ।

Comment