ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ କ୍ରିକେଟ୍‌ ବିଶ୍ୱକପ୍‌କୁ ଆଉ ମାତ୍ର ୯ ଦିନ ରହିଲା। ବିଶ୍ୱକପ୍‌କୁ ନେଇ କ୍ରିକେଟ୍‌ ଫ୍ୟାନ୍‌ମାନଙ୍କ ମଧ୍ୟରେ ବଢ଼ୁଛି ହୃଦ୍‌ସ୍ପନ୍ଦନ। ତେବେ ଏହାରି ମଧ୍ୟରେ ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ୱାଫ୍‌ ଭବିଷ୍ୟବାଣୀ କରିଛନ୍ତି। ଷ୍ଟିଭ୍‌ କହିଛନ୍ତି “ଏଥର ବିଶ୍ୱକପ୍‌ରେ ସମସ୍ତ ଦଳ ଅଷ୍ଟ୍ରେଲିଆକୁ ଭୟ କରିବେ।”

ଚଳିତ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଟିମ୍‌ ବହୁତ ଭଲ ପ୍ରଦର୍ଶନ କରିବ। ବଲ୍‌ ଟ୍ୟାମ୍ପରିଂ ଅଭିଯୋଗରେ ଏକ ବର୍ଷ ପାଇଁ ଷ୍ଟିଫେନ୍‌ ସ୍ମିଥ୍‌ ଏବଂ ଡାଭିଡ୍‌ ୱାର୍ଣ୍ଣରଙ୍କୁ ଟିମ୍‌ରୁ ବାସନ୍ଦ କରାଯାଇଥିଲା। ବର୍ତ୍ତମାନ ଦଳର ଏହି ଦୁଇ ଦମ୍‌ଦାର ଖିଲାଡ଼ି ଅଷ୍ଟ୍ରେଲିଆ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହାରି ବଳରେ ଟିମ୍‌ ଅଷ୍ଟ୍ରେଲିଆ ବିଶ୍ୱକପ୍‌ରେ ବିପର୍ଯ୍ୟୟ ଘଟାଇବ ବୋଲି ଦଳର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ୱାଫ୍‌ କହିଛନ୍ତି।

ଏପର୍ଯ୍ୟନ୍ତ ବିଶ୍ୱକପ୍‌ ଇତିହାସରେ କଙ୍ଗାରୁ ଟିମ୍‌ ୫ ଥର ବିଶ୍ୱବିଜେତା ହୋଇସାରିଛି। ଷ୍ଟିଫେନ୍‌ ସ୍ମିଥ୍‌ ଏବଂ ଡାଭିଡ୍‌ ୱାର୍ଣ୍ଣରଙ୍କ ଉପସ୍ଥିତିରେ ଟିମ୍‌ ବର୍ତ୍ତମାନ ଶକ୍ତିଶାଳୀ ହୋଇଛି। ଏଥର ମଧ୍ୟ ଫିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଟିମ୍‌ ବିଶ୍ୱକପ୍‌ ଟ୍ରଫି ହାସଲ କରିବା ସହିତ ଷଷ୍ଠ ଥର ପାଇଁ ବିଶ୍ୱବିଜେତା ହେବ ବୋଲି ଷ୍ଟିଭ୍‌ ୱାଫ୍‌ ମତ ଦେଇଛନ୍ତି।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଦଳ: ଆରୋନ ଫିଞ୍ଚ(ଅଧିନାୟକ), ଉସ୍‌ମାନ୍‌ ଖୱାଜ୍‌, ଡେଭିଡ୍‌ ୱାର୍ଣ୍ଣର, ଷ୍ଟିଭେନ୍‌ ସ୍ମିଥ୍‌, ସନ୍‌ମାର୍ଶ, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ମାର୍କସ ଷ୍ଟଇନିସ୍‌, ଆଲେକ୍ସ କ୍ୟାରୀ, ପ୍ୟାଟ୍‌ କମିନ୍ସ, ମିଚେଲ୍‌ ଷ୍ଟାର୍କ, କେନ୍‌ ରିଚାର୍ଡସନ୍, ନାଥାନ, କଲ୍ଟର ନେଲ୍‌, ଜାହାନ୍‌ ବେହନଡ୍ରଫ୍‌, ନାଥାନ, ଲିୟନ, ଆଦାମ୍‌ ଜାମ୍ପା।

Comment