ଓଡ଼ିଶାଲାଇଭ୍ ବ୍ୟୁରୋ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ  ଚଳିତ ବର୍ଷର ମାଟ୍ରିକ ଫଳାଫଳ ପ୍ରକାଶ ପାଇଛି। ଏଥର ପାସ ହାର ୭୦.୭୮ ପ୍ରତିଶତ ରହିଛି।

ଝାରସୁଗୁଡ଼ାରେ ସର୍ବାଧିକ ହଜାର ୮୫.୪୮ ପ୍ରତିଶତ ପାସ ହାର ରହିଛି। କୋରାପୁଟରେ ସର୍ବନିମ୍ନ ୫୦.୬୧ ପ୍ରତିଶତ ପାସହାର ରହିଛି।

ପରୀକ୍ଷା ଦେଇଥିବା ମୋଟ୍‌ ୫ଲକ୍ଷ ୬୧ ହଜାର ୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୯୭ହଜାର ୧୨୫ ଜଣ ଛାତ୍ରୀଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।

ଏଥର ମଧ୍ୟ ପୁଅଙ୍କ ତୁଳନାରେ ଝିଅ ଅଧିକ ପାସ୍  କରିଛନ୍ତି । ମୋଟ ୨ ଲକ୍ଷ ୫ ହଜାର ୪୭୦ ଜଣ ଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ୧ ଲକ୍ଷ ୯୧ ହଜାର ୬୫୫ ଜଣ ପୁଅ ପାସ୍‌ କରିଛନ୍ତି । ସେହିପରି ୧ ଲକ୍ଷ ୬୩ ହଜାର ୯୫୪ ଜଣ ଫେଲ୍‌ ହୋଇଛନ୍ତି ।

ଗ୍ରେଡ୍‌ ଏ୧ରେ ୧୧୮୧ ଜଣ ଛାତ୍ରଛାତ୍ରୀ ଥିବାବେଳେ ୯୯୩୮ ଏ୨ ଗ୍ରେଡ୍‌ ପାଇଛନ୍ତି । ଏହା ସହିତ ବି୧ ଗ୍ରେଡ଼୍‌ ୨୪,୯୯୧ ଜଣ ପାଇଥିବାବେଳେ ୪୬,୩୧୯ ବି୨ ଗ୍ରେଡ୍‌ ପାଇଛନ୍ତି । ଏହା ସହିତ ୮୨ ବିଦ୍ୟାଳୟରେ କେହିବି ପାସ କରିନାହାନ୍ତି। ୨୮୯ଟି ବିଦ୍ୟାଳୟରେ ଶତ ପ୍ରତିଶତ ଫଳାଫଳ ହୋଇଛି ।

ଗତ ବର୍ଷ ୭୬.୨୩ ପ୍ରତିଶତ ପାସ ହାର ରହିଥିଲା ।

Comment