ଓଡ଼ିଶାଲାଇଭ୍ ବ୍ୟୁରୋ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ  ଚଳିତ ବର୍ଷର ମାଟ୍ରିକ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏ ବର୍ଷ ପାସହାର ୭୦.୭୮ ରହିଛି। ହେଲେ ଗତବର୍ଷର ପାସହାର ତୁଳନାରେ ଚଳିତ ବର୍ଷ ୫.୯ ପ୍ରତିଶତ କମିଛି। ଗତ ବର୍ଷ ୭୬.୨୩ ପ୍ରତିଶତ ପାସ ହାର ରହିଥିଲା

ଏଥର  ଝାରସୁଗୁଡ଼ାରେ ସର୍ବାଧିକ ପାସହାର ୮୫.୪୮ ପ୍ରତିଶତ ରହିଛି। ସେହିପରି କୋରାପୁଟରେ ସର୍ବନିମ୍ନ ପାସହାର ୫୦.୬୧ ପ୍ରତିଶତ ରହିଛି।

ଚଳିତ ବର୍ଷ ପରୀକ୍ଷା ଦେଇଥିବା  ୫ ଲକ୍ଷ ୬୧ ହଜାର ୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ  ପାସ କରିଛନ୍ତି ୩ ଲକ୍ଷ ୯୭ ହଜାର ୧୨୫  ଛାତ୍ରଛାତ୍ରୀ।

ଏମାନଙ୍କ ଭିତରେ ଝିଅଙ୍କ ସଂଖ୍ୟା ଅଧିକ ରହିଛି। ଏଥର ବି ପୁଅଙ୍କୁ ପଛରେ ପକାଇ ଝିଅ ଆଗରେ ଅଛନ୍ତି। କାରଣ ଚଳିତ ବର୍ଷ ୨ ଲକ୍ଷ ୫ ହଜାର ୪୭୦ ଜଣ ଝିଅ ପାସ କରିଥିଲା ବେଳେ  ୧ ଲକ୍ଷ ୯୧ ହଜାର ୬୫୫ ଜଣ ପୁଅ ପାସ୍‌ କରିଛନ୍ତି।

ଏହା ସହିତ ୮୨ ବିଦ୍ୟାଳୟରେ କେହିବି ପାସ କରିନାହାନ୍ତି। ୨୮୯ଟି ବିଦ୍ୟାଳୟରେ ଶତ ପ୍ରତିଶତ ଫଳାଫଳ ହୋଇଛି ।

Comment